ନୂଆଦିଲ୍ଲୀରେ ରାଉରକେଲା ଯୁବକଙ୍କ ଆତ୍ମଦାହ ଉଦ୍ୟମ, ଏମ୍‌ସ ସ୍ଥାପନ ଦାବିରେ ଦିଲ୍ଲୀ ପଦଯାତ୍ରା କରିଥିଲେ

ରାଉରକେଲା: ରାଉରକେଲାରେ ଥିବା ଆଇଜିଏଚ ସୂପରପସ୍ପେଶାଲିଟିକୁ ଏମ୍‌ସରେ ପରିବର୍ତ୍ତନ କରିବା ଦାବିରେ ନୂଆଦିଲ୍ଲୀ ପଦଯାତ୍ରା କରିଥିବା ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଗତକାଲି ସେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ସମ୍ମୁଖରେ ଥିବା ବିଜୟ ଛକଠାରେ ଦେହରେ ଡିଜେଲ ଢାଳି ଆତ୍ମଦାହ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ କାବୁ କରିନେଇଥିବା ଜଣାପଡିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧ ତାରିଖରେ ପୁଣି ଚର୍ଚ୍ଚାକୁ ଆସିଥିଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ। ଉକ୍ତଦିନଟ ଠାରୁ କାନ୍ଧରେ ପାଳରେ ତିଆରି ଶବ ଓ ହାତରେ ତ୍ରିରଙ୍ଗା ପତାକା ଧରି ରାଉରକେଲାରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ ମୁକ୍ତିକାନ୍ତ। ଏହା ପୂର୍ବରୁ ଦ୍ଵିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ଦାବିରେ ନୂଆଦିଲ୍ଲୀ ପଦଯାତ୍ରା କରି ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ଚେହେରା ପାଳଟିଥିଲେ। ଯେଉଁଥି ପାଇଁ ଗତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟ ଦେଇ ଲଢ଼ିବାର ସୁଯୋଗ ଦେଇଥିଲା। କିନ୍ତୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ସାହାସ ଜୁଟାଇ ନପାରି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର