ରାଉରକେଲା : ରାଉରକେଲା ଆସନ ପାଇଁ କଂଗ୍ରେସରୁ ଦଳୀୟ ଟିକେଟ ପାଇଥିବା ମୁକ୍ତିକାନ୍ତ ବିଶ୍ବାଳ ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। ଏ ବିଷୟରେ କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଫୋନ୍ ଯୋଗେ ଜଣାଇ ଦେଇଛନ୍ତି। ବସ୍ତିରେ ତାଙ୍କ ଭଳି ଜଣେ ଯୁବକଙ୍କୁ ରାଉରକେଲା ଆସନ ପାଇଁ ଚୟନ କରାଯାଇଥିବାରୁ ସେ ରାଜ୍ୟ ସଭାପତି ତଥା ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଦେଇଛନ୍ତି। କହିଛନ୍ତି, ସେ ଦଳୀୟ ଟିକେଟ ପାଇଁ ଆବେଦନ କରି ନ ଥିଲେ। ସକାଳୁ ଟିଭି ଦେଖିଲା ପରେ ତାଙ୍କ ନାଁ ରାଉରକେଲା ଆସନ ପାଇଁ ଆସିଥିବା ଜାଣିବାକୁ ପାଇଲେ। ମାତ୍ର ପରବର୍ତ୍ତୀ ସମୟରେ କଂଗ୍ରେସ ଅସନ୍ତୋଷ ବଢ଼ିବାରୁ ନିର୍ବାଚନରୁ ଓହରିଯିବାକୁ ନିଷ୍ପତ୍ତି ନେଲେ। ରାଉରକେଲାରେ କଂଗ୍ରେସର ବହୁ ପୁରୁଣା ନେତା ଅଛନ୍ତି। ସେମାନଙ୍କ ଭିତରୁ କାହାକୁ ଟିକେଟ୍ ଦିଆଯାଉ। ତେବେ ପୂର୍ବପରି ରାଉରକେଲା ବିକାଶ ପାଇଁ ତାଙ୍କ ଲଢ଼େଇ ଜାରି ରହିବ। ଉଲ୍ଲେଖଯୋଗ୍ୟ, ରାଉରକେଲାର ଦ୍ବିତୀୟ ବ୍ରାହ୍ମଣୀସେତୁ, ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ର ନିର୍ମାଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ମୁକ୍ତିକାନ୍ତ ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା କରିଥିଲେ। ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାକ୍ଷାତ ଦେଇ ନ ଥିଲେ। ନିରାଶ ହେବା ପରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ଆମରଣ ଅନଶନରେ ବସିଥିଲେ। ହେଲେ ସ୍ଥାନୀୟ ପୁଲିସ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲା। ପରେ ଜାତୀୟ କଂଗ୍ରେସ ସଭାପତି ରାହୁଳ ଗାନ୍ଧିଙ୍କୁ ସାକ୍ଷାତ କରି ଦାବି ସଂପର୍କରେ ଜଣାଇଥିଲେ।
ମୁଁ ନିର୍ବାଚନ ଲଢ଼ିବିନାହିଁ: ମୁକ୍ତିକାନ୍ତ
ଟିକେଟ ପାଇଁ ଆବେଦନ କରି ନ ଥିଲି, ଟିଭି ଦେଖିଲା ପରେ ଜାଣିଲି
/sambad/media/post_attachments/wp-content/uploads/2019/03/RKL-MUKTIKANTA-BISWAL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)