ଚାଲି ଚାଲି ପାକିସ୍ତାନ ଯିବେ ମୁକ୍ତିକାନ୍ତ

ରାଉରକେଲା : ପ୍ରସ୍ତାବିତ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚ୍‌ ସୁ୍ପରସ୍ପେଶାଲିଟି ହସ୍‌ପିଟାଲ ନିର୍ମାଣ ତ୍ବରାନ୍ବିତ କରିବା ଦାବିରେ ରାଉରକେଲାରୁ ଦିଲ୍ଲୀ ଯାତ୍ରା କରିଥିବା ମୁକ୍ତିକାନ୍ତ ବିଶ୍ବାଳ ପୁଣିଥରେ ପଦଯାତ୍ରା ଆରମ୍ଭ କରିବେ। ଏଥର ସଦ୍‌ଭାବନା, ଭାଇଚାରା ବଜାୟ ରଖିବା ଉଦ୍ଦେଶ୍ୟରେ ମୁକ୍ତିକାନ୍ତ ଚାଲିଚାଲି ପାକିସ୍ତାନ ଯିବେ। ଖୁବଶୀଘ୍ର ଶ୍ରୀ ବିଶ୍ବାଳ ଏହି ସ୍‌ଦଭାବନା ପଦଯାତ୍ରା ଆରମ୍ଭ କରିବେ ବୋଲି ଆଜି ସୂଚନା ଦେଇଛନ୍ତି।

ସେକ୍ଟର-୨ ସେହନାଇ ମଣ୍ଡପରେ ଆୟୋଜିତ ଏକ ସାମ୍ମାଦିକ ସମ୍ମିଳନୀରେ ଶ୍ରୀ ବିଶ୍ବାଳ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଉରକେଲାରୁ ଝାଡ଼ଖଣ୍ଡ-ବିହାର-ଉତ୍ତରପ୍ରଦେଶ-ହରିୟାଣା-ଦିଲ୍ଲୀରେ ପହଞ୍ଚିବା ପରେ ପୁଣି ଦିଲ୍ଲୀରୁ ହରିୟାଣା-ପଞ୍ଜାବ ୱାଘା ସୀମା ଦେଇ ପାକିସ୍ତାନର ଇସଲାମାବାଦରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୬ ମାସ ଭିତରେ ପ୍ରାୟ ୩୨ଶହ କିଲୋମିଟର ପଦଯାତ୍ରା କରିବେ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯୁବ ଜାଗୃତି ମଞ୍ଚର ଆବାହକ ଗୋପାଳ ଜେନା, ଶରତ ନାୟକ, କୈଳାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର