ରାଉରକେଲା : ବ୍ରାହ୍ମଣୀ ଉପରେ ଦ୍ୱିତୀୟ ପୋଲ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସପିଟାଲ୍ ପ୍ରଦାନ ଦାବିରେ ଦିଲ୍ଲୀ ପରେ ଏବେ ଭୁବନେଶ୍ୱରକୁ ପଦଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ। ରାଉରକେଲା ପାଇଁ ଲଢେଇ କରୁଥିବା ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଉଦ୍ଦେଶ୍ୟରେ ସୋମବାର ଦିନ ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରା କରିଛନ୍ତି।
ଗତ ଜୁନ ମାସରେ ସମାନ ଦାବିରେ ମୁକ୍ତିକାନ୍ତ ବିଶ୍ୱାଳ, ରାଉରକେଲାରୁ ଚାଲି ଚାଲି ଦିଲ୍ଲୀ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ମୁକ୍ତିକାନ୍ତ ବିଶ୍ୱାଳ ସମୟ ମାଗିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ଦେଖା ମିଳିନଥିଲା। ପରେ ଯନ୍ତରମନ୍ତର ଓ ରାମଲୀଳା ମୈଦାନରେ ଅନଶନ କରିଥିଲେ। ସେତେେବେଳେ ଏହାକୁ ନେଇ ଜୋର ଧରିଥିଲା ରାଜନୀତି। ଏପରିକି ପ୍ରଧାନମନ୍ତ୍ରୀ ମୁକ୍ତିକାନ୍ତଙ୍କୁ ଦେଖା ନ କରିବାକୁ ନେଇ ବିରୋଧୀ ମଧ୍ୟ ବର୍ଷିଥିଲେ ଆଉ ଏବେ ମୁକ୍ତିକାନ୍ତଙ୍କ ଭୁବନେଶ୍ୱର ଚାଲୋ ଅଭିଯାନ ପରେ ପ୍ରଶ୍ନ ଉଠୁଛି, ମୁକ୍ତିକାନ୍ତ କଥା ମୋଦି ଶୁଣିଳେନି, ଆଉ ଏବେ ଶୁଣିବେ କି ନବୀନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/muktikanta.jpg)