ଛୁଞ୍ଚିଆ ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିର୍ଦ୍ଦୋଷରେ ଖଲାସ

ଭଦ୍ରକ: ବହୁଚର୍ଚ୍ଚିତ ନିରଞ୍ଜନ ଜେନା ଓରଫ ଛୁଞ୍ଚିଆ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭଦ୍ରକ ଜିଲ୍ଲାର ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଭଦ୍ରକ ଜିଲ୍ଲା ଦୌରାଜଜ ଶନିବାର ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜିଲ୍ଲା ଦୌରାଜଜ ଅନୁପ କୁମାର ଚନ୍ଦନ ୨୬ ଜଣ ଲୋକଙ୍କର ସାକ୍ଷ୍ୟଗ୍ରହଣ କରି ଉପଯୁକ୍ତ ପ୍ରମାଣ ଅଭାବରୁ ବିଧାୟକ ଶ୍ରୀ ମଣ୍ଡଳଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡ଼ିଛି। ପୂର୍ବରୁ ଏହି ହତ୍ୟାକାଣ୍ଡ ସହିତ ମୁକ୍ତିକାନ୍ତ ମଣ୍ଡଳଙ୍କ ସହିତ ନେପାଳ ନାୟକ, ବସନ୍ତ ନାୟକ, ରଘୁନାଥ ଜେନା, ଜୟକୃଷ୍ଣ ରାଉତ ଓ କୈଳାଶ ନାୟକ ମଧ୍ୟ ସଂପୃକ୍ତ ଥିଲେ ବୋଲି ଅଭିଯୋଗ  ହୋଇଥିଲା। ଜିଲ୍ଲା ଦୌରାଜଜ ଅନୁପ ଚନ୍ଦନ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ନିରଞ୍ଜନ ଜେନାଙ୍କୁ ବାସୁଦେବପୁରର ବାଲିନଗର ପଡ଼ିଆରେ ୨୦୦୨ ନଭେମ୍ବର ୩ରେ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର