ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକ୍ତିକାନ୍ତ

ଭୁବନେଶ୍ୱର : ବ୍ରାହ୍ମଣୀ ନଦୀରେ ପୋଲ ଓ ରାଉରକେଲାରେ ସୁପର୍‌ ସ୍ପେସିଆଲିଟି ହସ୍ପିଟାଲ୍‌ ଦାବିରେ ଅଭିଯାନ ଚଳାଇଥିବା ମୁକ୍ତିକାନ୍ତ ବିଶ୍ୱାଳ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଉରକେଲାରେ ଏହି ଦୁଇଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କଥା ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କ ଅବଗତ କରାଇବା ସହ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁକ୍ତିକାନ୍ତଙ୍କ ସାକ୍ଷାତ ସମୟରେ ରଘୁନାଥପାଲ୍ଳୀ ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର