ରଥଯାତ୍ରା ବନ୍ଦ ହେଲେ କିଛି ହାନି ହେବନାହିଁ: ମୁକ୍ତିମଣ୍ଡପ

ପୁରୀ: କରୋନା ସଂକ୍ରମଣକୁ ନେଇ ଜାରି ହୋଇଥିବା କଟକଣା ମଧ୍ୟରେ ରଥଯାତ୍ରା ବାବଦରେ ମତ ରଖିଛି ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ | କଟକଣା ଯୁକ୍ତ ରଥଯାତ୍ରା କରିବାକୁ ମୁକ୍ତିମଣ୍ଡପ ସଭା ମତ ରଖିଛି । ସୀମିତ ସେବକ ଓ ପୁଲିସଙ୍କ ସହଯୋଗରେ ରଥଟଣା ହେଉ । ପୁରୀର ପ୍ରବେଶ ପଥ ଅବରୋଧ କରାଯାଉ ଓ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗୁ । ତେବେ ସର୍ବୋପରି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣୀୟ ବୋଲି ମୁକ୍ତିମଣ୍ଡପ ପକ୍ଷରୁ କୁହାଯାଇଛି ।

ମୁକ୍ତିମଣ୍ଡପ ସଭା କାର୍ଯ୍ୟକାରୀ ସଭାପତିଙ୍କ ପକ୍ଷରୁ ଆଜି ୩ ଗୋଟି ପ୍ରସ୍ତାବ ଦିଆଯାଇଛି | ମୁକ୍ତିମଣ୍ଡପ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ମାଧ୍ୟମରେ ଘରେ ବସି ଶ୍ରଦ୍ଧାଳୁ ରଥଯାତ୍ରା ଦେଖିପାରିବେ |

ସେହିପରି ସ୍ବଳ୍ପସଂଖ୍ୟକ ସେବାୟତ ଓ ପୁଲିସଙ୍କ ସହଯୋଗରେ ରଥଯାତ୍ରା ସମ୍ପାଦନା କରିବା ଓ ସାଧାରଣ ବ୍ୟକ୍ତିଙ୍କର ପୁରୀ ଆଗମନ ଉପରେ ଅଙ୍କୁଶ ଲଗାଯିବାକୁ ପ୍ରସ୍ତାବ ଦିଆଯାଇଛି | ତେବେ ଯଦି ରଥଯାତ୍ରା ନ ହୋଇପାରିବ ତେବେ କୌଣସି ହାନି ନୁହେଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି | କାରଣ ଭକ୍ତ ଓ ସେବକ ସୁସ୍ଥ ରହିଲେ ହିଁ ମନ୍ଦିର ଦେବତା କାନ୍ତିଯୁକ୍ତ ହେବେ ବୋଲି ମୁକ୍ତିମଣ୍ଡପ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର