ଝାରସୁଗୁଡ଼ା:  ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ  ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ୍‌ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍‌ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି। ସୋମବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । 

Advertisment

ମନ୍ତ୍ରୀ କହିଛନ୍ତି ସଂଶୋଧନ ପରେ ୪ ଡେସିମିଲରୁ କମ୍‌ ଜମି ଥିବା ଲୋକଙ୍କୁ ଭୂମିହୀନ ଭାବରେ ପରିଗଣିତ କରାଯିବ। ଯାହାର ୨ ଡେସିମିଲ ଜମି ଥିବ ତାଙ୍କୁ ଅତିରିକ୍ତ ଦୁଇ ଡେସିମିଲ ଜମି ଦେବୁ। ଯାହାର ୩ ଡେସିମିଲ ଥିବ ତାକୁ ୧ ଡେସିମିଲ ଜମି ଦିଆଯିବ। ସେମାନଙ୍କ ଜମିଥିବା ସ୍ଥାନରେ ଅତିରିକ୍ତ ଜମି ଦେବାକୁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯିବ।

ଅଧିକ ପଢ଼ନ୍ତୁ: ମଦ ନିଶାରେ ରେଳଧାରଣାରେ କାର ଚଳାଇଲେ ଯୁବକ

ସରକାରଙ୍କ ଠାରୁ ମିଳୁଥିବା ଏହି ଜମିକୁ ୧୦ ବର୍ଷ ପରେ ହିତାଧିକାରୀମାନେ ପୂର୍ବରୁ ବିକ୍ରି କରି ପାରୁଥିଲେ। ମାତ୍ର ନୂଆ ନିୟମରେ ଏହି ଜମି ଆଦୌ ବିକ୍ରି ହୋଇପାରିବ ନାହିଁ ବରଂ ଉତ୍ତରାଧିକାରୀ ସୂତ୍ରରେ ପିଢ଼ି ପରେ ପିଢ଼ି ଦାୟାଦଙ୍କ ପାଖକୁ ଯିବ। 

ସେହିଭଳି ରାଜସ୍ୱ ସେବାରେ ଅନେକ ନିୟମ ଆସିବ। ପ୍ରଚଳିତ ସମସ୍ତ ନିୟମର ସରଳୀକରଣ କରାଯିବ। ଲୋକେ ସହଜରେ ବିଭିନ୍ନ ସାର୍ଟିଫିକେଟ ପାଇ ପାରିବେ ସେନେଇ ମଧ୍ୟ ନୂଆ ଗାଇଡ ଲାଇନ ଆସିବ ବୋଲି ରାଜସ୍ବମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। 

ଅଧିକ ପଢ଼ନ୍ତୁ: ଯୁବକଙ୍କ ନିଆରା ଉଦ୍ୟମ: ମଣ୍ଡିରେ ଧାନ ବିକ୍ରି କରି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ