ଭୁବନେଶ୍ବର: ଆଜି ମୁମ୍ବାଇ ୱେଷ୍ଟର୍ଣ୍ଣ ଇଲାଇଟ୍ ରୋଟାରି କ୍ଲବ ପକ୍ଷରୁ ସହିଦ ମନୋଜ ବେହେରାଙ୍କ ପରିବାରକୁ ୧ଲକ୍ଷ ୬୫ହଜାର ୨୭୫ଟଙ୍କା, ସହିଦ ପ୍ରସନ୍ନ ସାହୁଙ୍କ ପରିବାରକୁ ୧ଲକ୍ଷ ୯୦୨୭୫ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନୁଷ୍ଠାନର ବିକାଶ ଅଗ୍ରୱାଲ୍ ସହିଦ ମନୋଜ ବେହେରାଙ୍କ ପତ୍ନୀ ଇଲିଲତା ବେହେରା ଓ ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନା ସାହୁଙ୍କୁ ଏହି ଦୁଇଟି ଚେକ୍ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ରାଜ୍ୟ ବୁଲି ଓଡ଼ିଶାର ଦୁଇ ସହିଦ ପରିବାର ସମେତ ୪୦ ସହିଦ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା କୁହାଯାଇଛି। ଏହାଛଡ଼ା ଅନୁଷ୍ଠାନ ଓଡ଼ିଶାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବାକୁ ଆଗ୍ରହ ଦେଖାଇଛି। ବିଶେଷକରି ଓଡ଼ିଶାର ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ଅଗ୍ରୱାଲ୍ ଆଲୋଚନା କରିଥିଲେ। ସେହିପରି ମୁମ୍ବାଇସ୍ଥିତ କ୍ଲବକୁ ବୁଲିଯିବା ପାଇଁ ଶ୍ରୀ ଅଗ୍ରୱାଲ୍ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp