ଯାଜପୁର: ଚଳିତ ରବି ଋତୁ ରେ ଉନ୍ନତମାନର ମୁଗଚାଷ ଗବେଷଣାର କେଳେଙ୍କାରୀ ପର୍ଦ୍ଦାଫାସ ହେବା ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଣେ ଗ୍ରାମ୍ୟ କୃଷି କର୍ମଚାରୀ ପ୍ରିୟମ୍ବଦା ଧଳଙ୍କୁ ନିଲମ୍ବିତ କରିଛନ୍ତି। ତଦନ୍ତ କମିଟି ରିପୋର୍ଟ ଆଧାରରେ ତାଙ୍କୁ ବଡଚଣା ବ୍ଲକରୁ ସୁକିନ୍ଦା ବ୍ଲକକୁ ବଦଳି କରାଯାଇଥିଲା। ଧାନ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା ଯୋଜନାରେ ବଡ଼ଚଣା ବ୍ଲକ୍‌ରେ ୨୫୦ ହେକ୍ଟର ଜମିରେ ଉନ୍ନତ ପ୍ରଣାଳୀରେ ମୁଗଚାଷ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା।

Advertisment

ଭରତପୁର ପଞ୍ଚାୟତରେ ୧୨୦ ହେକ୍ଟର, ବାଲିପଡ଼ିଆ ପଞ୍ଚାୟତରେ ୧୧୫ ହେକ୍ଟର ଓ ନେଳିଆ ପଞ୍ଚାୟତରେ ୧୫ ହେକ୍ଟର ଜମିରେ ବୈଜ୍ଞାନିକ ପଦ୍ଧତିରେ ମୁଗଚାଷ କରାଯାଇଥିବାର ଦର୍ଶାଯାଇଥିଲା। ୧୨୦ ହେକ୍ଟର ଜମିରେ ମୁଗ ଚାଷ ପାଇଁ ଯୋଜନା ଥିବାବେଳେ ଆଦୌ ଚାଷ କରାଯାଇନଥିଲା। ଚାଷ ନକରି ଅର୍ଥ ହଡ଼ପ କରିବାକୁ ମସୁଧା ହୋଇଥିଲା। ଏହି ସବୁ ଦୁର୍ନୀତିରେ ଗ୍ରାମ୍ୟ କୃଷି କର୍ମଚାରୀ ପ୍ରିୟମ୍ବଦା ଧଳଙ୍କୁ ତଦନ୍ତରେ ଦାୟୀ କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚିଠି ନମ୍ବର-୨୧୫୮ ତାରିଖ-୨୫/୦୪/୨୦୨୩ ରେ ଶ୍ରୀମତୀ ଧଳଙ୍କୁ ନିଲମ୍ବିତ କରିଛନ୍ତି।