ପୌରାଂଚଳରେ ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ୱର: ରାଜ୍ୟ ସରକାର ପୌରାଂଚଳରେ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ୫ଟି ପୌରାଚଂଳରେ ଟିକାକରଣ ନେଇ ସ୍ୱତନ୍ତ୍ର ରିଲିଫ କମିସନର ଚିଠି ଲେଖିଛନ୍ତି । ଚିଠିରେ ଏସ୍‌ଆରସି ଉଲ୍ଲେଖ କରିଛନ୍ତି ଯେ, ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦେବାରେ ଗୁରୁତ୍ୱ ଦିଆଯାଉ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପୌରାଂଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି ।

ଟିକା ଯୋଗାଣ କମ ଥିବାରୁ ପ୍ରଥମେ ଅଧିକ ସଂକ୍ରମଣ ଅଂଚଳକୁ ଫୋକସ କରାଯାଇଛି । ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ । ସେହିପରି ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଟିକା ଦିଆଯିବ । ୧୮ରୁ ୪୪ ବର୍ଷ ବ୍ୟକ୍ତି ଘରୋଇ ହସ୍‌ପିଟାଲରେ ମଧ୍ୟ ଟିକା ନେଇପାରିବେ । ଟିକା ଦେବା ପାଇଁ ଘରୋଇ ହସ୍‌ପିଟାଲ ପଂଜୀକରଣ କରିବେ । ସରକାରୀ ଟିକାକରଣ କେନ୍ଦ୍ର ଭାବେ ପଂଜୀକରଣ କରିବେ ।

ସମ୍ବନ୍ଧିତ ଖବର