ମୟୂରଭଞ୍ଜ/ବାରିପଦା: ଗୁରୁବାର ପୌର ନିର୍ବାଚନ। ଏନେଇ ମଙ୍ଗଳବାର ପ୍ରଚାରର ଶେଷଦିନ ଥିଲା। ପ୍ରଚାର ବନ୍ଦ ହେଉ ହେଉ ବିଭିନ୍ନ ଦଳର ପ୍ରାର୍ଥୀମାନେ ବିଭିନ୍ନ ୱାର୍ଡକୁ ଅନ୍ଧାରୀ ବିଜେ ଆରମ୍ଭ କରିଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ମୁନ୍ସିପାଲିଟି ୱାର୍ଡ ନମ୍ବର ୧୭କୁ ମଧ୍ୟ ଜଣେ ପ୍ରାର୍ଥିନୀ ତାଙ୍କର କିଛି ସମର୍ଥକ ତଥା ଦଳୀୟ କର୍ମୀଙ୍କ ସହ ଯାଇ ଭୋଟରଙ୍କୁ ଟଙ୍କା ଯାଚିବା ସହ ଭୋଟ୍ ମାଗିଥିଲେ। ଏହି ସମୟରେ ବିରୋଧୀ ଦଳର କର୍ମୀମାନେ ସେଠାରେ ପହଞ୍ଚି ଟଙ୍କା କାରବାର କରୁଥିବା ସଂପୃକ୍ତ ପ୍ରାର୍ଥୀଙ୍କୁ ଅଟକ ରଖିଥିଲେ। ଟଙ୍କା କାରବାରରେ ପୁଲିସ ସହାୟତା କରୁଥିବା ଅଭିଯୋଗ ଆଣି ଟଙ୍କା କାରବାରେ କରୁଥିବା ସଂପୃକ୍ତ ପ୍ରାର୍ଥୀ, ତାଙ୍କ ଦଳ ତଥା ପୁଲିସ ବିରୋଧରେ ନାରାବାଜି କରିଥିଲେ। ଏନେଇ ଖବର ପାଇବା ପରେ ସଦଳବଳେ ସ୍ଥାନୀୟ ପୁଲିସ ପହଞ୍ଚିଥିଲା ଏବଂ ବୁଝାସୁଝା କରି ଅଟକ ଥିବା ପ୍ରାର୍ଥୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।
ପୌର ନିର୍ବାଚନ: ଭୋଟ୍ ପାଇଁ ଟଙ୍କା ବାଣ୍ଟି ପ୍ରାର୍ଥିନୀ ହଟହଟା
/sambad/media/post_attachments/wp-content/uploads/2022/03/1f14a4ba-41ee-47a9-8142-dfbb6994b1f7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)