ଭୁବନେଶ୍ବର : ପୌର ନିର୍ବାଚନରେ ବିଜେଡି ୩ଟି ଯାକ ମେୟର ପଦବି, ୭୩ଟି ପୌରାଧ୍ୟକ୍ଷ, ୧୧୭୫ଟି କାଉନସିଲର, ୧୧୬ଟି କର୍ପୋରେଟର ପଦବି ହାତେଇଛି। ହେଲେ ଏଥିପାଇଁ ପ୍ରାୟ ୪୮% ଭୋଟ୍‌ ବିଜେଡି ସପକ୍ଷରେ ପଡ଼ିଛି।

Advertisment

୧୬ଟି ପୌରାଧ୍ୟକ୍ଷ, ୨୮୮ଟି କାଉନସିଲର,୨୪ଟି କର୍ପୋରେଟର ପଦବି ହାତେଇଥିବା ବିଜେପିକୁ ପ୍ରାୟ ୨୭% ଭୋଟ୍ ମିଳିଛି। ୭ଟି ପୌରାଧ୍ୟକ୍ଷ, ୧୩୪ଟି କାଉନସିଲର, ୯ଟି କର୍ପୋରେଟର ପଦବି ହାତେଇଥିବା କଂଗ୍ରେସକୁ ୧୨% ଭୋଟ୍‌ ମିଳିଛି।

୯ଟି ପୌରାଧ୍ୟକ୍ଷ, ୧୧୭ଟି କାଉନସିଲର, ୧୯ଟି କର୍ପୋରେଟର ପଦବି ହାତେଇଥିବାବେଳେ ମୋଟ୍ ମତଦାନର ୧୧% ଭୋଟ୍ ପାଇଛନ୍ତି।

ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ, ପୌରାଧ୍ୟକ୍ଷଙ୍କ ପାଇଁ ହୋଇଥିବା ନିର୍ବାଚନରେ ବିଜେଡିକୁ ୪୮% ଭୋଟ୍‌ ମିଳିଥିବାବେଳେ, ବିଜେପିକୁ ୨୯%,କଂଗ୍ରେସକୁ ୧୨%, ସ୍ବାଧୀନ ପ୍ରାର୍ଥୀଙ୍କୁ୯% ଭୋଟ୍‌ ମିଳିଥିବାବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଓ ନୋଟାକୁ ମୋଟ୍‌ ଭୋଟ୍‌ର ୧% ଲେଖାଏଁ ଭୋଟ୍‌ ମିଳିଛି। କାଉନସିଲର ନିର୍ବାଚନରେ ବିଜେଡିକୁ ୫୦% ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୨୭%, କଂଗ୍ରେସକୁ ୧୨%, ସ୍ବାଧୀନ ପ୍ରାର୍ଥୀଙ୍କୁ ୯% ଏବଂ ଅନ୍ୟାନ୍ୟ ଓ ନୋଟାକୁ ବାକି ଭୋଟ୍‌ ମିଳିଛି।

କର୍ପୋରେଟର ଭୋଟ୍‌ରେ ବିଜେଡିକୁ ୪୬% ମତଦାନ ମିଳିଥିବାବେଳେ ବିଜେପିକୁ ୨୫%, କଂଗ୍ରେସକୁ ୧୨%, ସ୍ବାଧୀନ ପ୍ରାର୍ଥୀଙ୍କୁ ୧୫% ଏବଂ ନୋଟା ଓ ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ମୋଟ୍ ୧% ଲେଖାଏଁ ଭୋଟ୍‌ ମିଳିଛି।