ଜୟପୁର: ୪ବର୍ଷ ପରେ ହେଉଛି ପୌରନିର୍ବାଚନ। ଗୁରୁବାର ୧୮ପୌର ଅଧ୍ୟକ୍ଷ ପ୍ରାର୍ଥୀ ଓ ୨୮ ୱାର୍ଡ ପାଇଁ ୧୧୮ କାଉନସିଲରଙ୍କ ଭାଗ୍ୟ ପରୀକ୍ଷା ହେବ। ବିଜେଡିରୁ ସୂର୍ଯ୍ୟନାରାୟଣ (ମୁନା ) ରଥ, କଂଗ୍ରେସରୁ ନରେନ୍ଦ୍ର (ନରି) ମହାନ୍ତି, ବିଜେପିରୁ ପୁର୍ଣ୍ଣଚନ୍ଦ୍ର (ଲିଟି) ପଟ୍ଟନାୟକ, ଆମଆଦମୀ ପାର୍ଟିରୁ ଅଜିତ ସାହୁ, ସିପିଆଇରୁ ସତ୍ୟବ୍ରତ ନନ୍ଦ, ବିଏସପିରୁ ସୁବାଷ ଗୌଡ଼ଙ୍କ ସହ ସ୍ବାଧୀନପ୍ରାର୍ଥୀ ଭାବେ ରବିନ୍ଦ୍ର ମହାପାତ୍ର, କୃଷ୍ଣ କେଶବ ଷଡଙ୍ଗୀ, ଜି.ମହେଶ, ରାମେଶ୍ବର ଗୌଡ଼, ଅମୃତ କୁମାର ଖରା, ଅରୁଣ କୁମାର ବେହେରା, ଏମ୍ ଜି.ସୁଧିର କୁମାର, ଗୌରବ ହୋତା, ପ୍ରକାଶ ଚନ୍ଦ୍ର ନାୟକ, ମୀନକେତନ ଦାଶ, ରୀନାଲାଲ ନାୟକ, ସ୍ବାଗତିକା ସେଠୀ ନିର୍ବାଚନ ମଇଦାନରେ ରହିଛନ୍ତି। ଅନ୍ୟ ପକ୍ଷରେ ସବୁ ଦଳର ମଙ୍ଗୁଆଳମାନେ କିଭଳି ନିଜ ନିଜ ଦଳର ପ୍ରାର୍ଥୀ ଜିତିବେ ସେଥି ପାଇଁ ବିଭିନ୍ନ ରଣନିତୀ ଆପଣାଇବା ସହ ସଂପ୍ରତି ଅଙ୍କକଷା ଆରମ୍ଭ କରିଛନ୍ତି।
ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ କଂଗ୍ରେସ ଓ ବିଜେଡି ମଧ୍ୟରେ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ମତଦାତାମାନେ କାହା ମୁଣ୍ଡରେ ସୁନା କଳସ ଡାଳୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଆସନ୍ତାକାଲି ସକାଳ ୮ଟାରୁ ୫ଟା ପର୍ଯ୍ୟନ୍ତ ନିର୍ବାଚନ ହେବ। ଏହା ପରେ ଇଭିଏମ୍ ଓ ସିୟୁ (କଣ୍ଟ୍ରୋଲ ୟୁନିଟ) ଓନିର୍ବାଚନ କାଗଜପତ୍ର ବିକ୍ରମ ଦେବ କଲେଜ ପରିସରସ୍ଥ ଷ୍ଟ୍ରଙ୍ଗରୁମରେ ରଖାଯିବ। ୨୬ତାରିଖ ଦିନ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Symbol1.jpg)