ଭୁବନେଶ୍ବର: ରାଜ୍ୟର ୫୯ଟି ଏନ୍ଏସି, ୪୭ଟି ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ଗୁରୁବାର ପୌର ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଚାର ଶେଷ ହୋଇଛି। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଂଧ୍ୟା ୫ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରଚାର ଶେଷ କରିଛନ୍ତି। ଯେଉଁଠି ପ୍ରାର୍ଥୀମାନେ ଧାର୍ଯ୍ୟ ସମୟ ପରେ ପ୍ରଚାର କରୁଥିଲେ ସେଠାରେ ପୁଲିସ ପହଞ୍ଚି ଗାଡ଼ି ଜବତ କରିଛି। ଦୀର୍ଘ ୩ବର୍ଷ ପରେ ବହୁ ପୌର ସଂସ୍ଥାରେ ପୌର ନିର୍ବାଚନ ହେଉଥିବାରୁ ପ୍ରାର୍ଥୀମାନେ ଜିତିବା ପାଇଁ ସବୁ ଉଦ୍ୟମ ଲଗାଇ ଦେଇଛନ୍ତି। ପ୍ରାୟ ୧୦ଦିନ କାଳ ଅବିରତ ପ୍ରଚାର ଚଳାଇଥିବା ପ୍ରାର୍ଥୀଙ୍କର ଆଜିଠୁ ଖୁଲମଖୁଲା ପ୍ରଚାର ବନ୍ଦ ହୋଇଯାଇଛି। ହେଲେ ନିର୍ବାଚନ ପୂର୍ବରୁ ଯେପରି ଜଣେ ବି ସମର୍ଥକ ହାତଛଡ଼ା ହେବେନି ଏବଂ ବିରୋଧୀ ଗୋଷ୍ଠୀରୁ ଯେତେ ଅଧିକ ଭୋଟରଙ୍କୁ ଅଣାଯାଇପାରିବ ସେନେଇ ପ୍ରାର୍ଥୀମାନେ କସରତ ଆରମ୍ଭ କରିଦେଇଛନ୍ତି। ଏପରିକି ଏଥିପାଇଁ ଆଜି ରାତିରୁ ଅନ୍ଧାରି ବିଜେ ଆରମ୍ଭ ହୋଇଯାଇଛି। ବସ୍ତି, କଲୋନିରେ ନେତାମାନେ ଲୁଚିଲୁଚି ବୁଲୁଥିବା, ଭୋଜି ଭାତ କରୁଥିବା ଦେଖିବାକୁ ମିଳିଛି।
ଅପରପକ୍ଷେ ଆଦର୍ଶ ଆଚରଣ ବିଧି ଯେପରି କଡ଼ାକଡ଼ି ପାଳନ ହେବ ସେନେଇ ପୁଲିସ ପକ୍ଷରୁ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ଆଜି ସଂଧ୍ୟାରୁ ମଦ ଦୋକାନ ବନ୍ଦ କରାଯାଇଥିବା ବେଳେ ଯେପରି କୌଣସି ଗଣ୍ଡଗୋଳ ହେବନି, ବାହାର ଅଞ୍ଚଳର ରାଜନେତା ନିର୍ବାଚନ ହେଉଥିବା ଅଞ୍ଚଳରେ ରହିବେନି ସେନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ସବୁ ବୁଥ୍ରେ ଯେପରି ବୁଧବାର ଅପରାହ୍ନ ୫ଟା ସୁଦ୍ଧା ଇଭିଏମ୍ ଓ ପୋଲିଂ କର୍ମଚାରୀ ପହଞ୍ଚିବେ ସେନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୌର ନିର୍ବାଚନ; ସରିଲା ପ୍ରଚାର, କାଲି ଭୋଟ୍
/sambad/media/post_attachments/wp-content/uploads/2022/03/election-aaffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)