ସୁନ୍ଦରଗଡ଼ : ଶେଷକୁ ରାଜଗାଙ୍ଗପୁର ପୌର ନିର୍ବାହୀ ଅଧିକାରୀ ବିନୋଦଚନ୍ଦ୍ର ପଣ୍ଡା ନିଜକୁ ଅସୁରକ୍ଷିତ ମଣି ପରିବାର ସହ ରାତିଅଧିଆ ସହର ଛାଡ଼ି ଚାଲିଯାଇଛନ୍ତି। ପୌର ଅଧିକାରୀ ଶ୍ରୀ ପଣ୍ଡା ନିଜ ସରକାରୀ କ୍ବାର୍ଟର୍ସରେ ଗୃହବନ୍ଦୀ ଅବସ୍ଥାରେ ଥିଲେ। ପୌରପାଳିକାର ଘରଗୁଡ଼ିକୁ ବଳପୂର୍ବକ ମାଡ଼ିବସିଥିବା ପ୍ରଭାବଶାଳୀଙ୍କ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ତାଙ୍କୁ ସେମାନେ ବିରୋଧ କରିଥିଲେ। ଅଫିସ୍ ଯିବାକୁ ଦେଉନଥିଲେ। ଏ ନେଇ ଶ୍ରୀ ପଣ୍ଡା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ତାଙ୍କୁ ସୁରକ୍ଷା ଦିଆଯାଇନଥିଲା। ବରଂ, ସହର ଛାଡ଼ିଯିବାକୁ ପରାମର୍ଶ ଦେଇଥିଲେ।
ଦୁଇଦିନ ତଳେ ଶ୍ରୀ ପଣ୍ଡାଙ୍କ ଝିଅ ଟ୍ବିଟ୍ କରି ଜଣାଇଥିଲେ ଏବଂ ଏହାପରେ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା। ଶେଷରେ, ଶ୍ରୀପଣ୍ଡା ରାତିଅଧିଆ ସହର ଛାଡ଼ି ଚାଲିଯାଇଛନ୍ତି। ଅନ୍ୟପକ୍ଷରେ, ଶ୍ରୀ ପଣ୍ଡାଙ୍କ ନାମରେ ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର, ବଜାର କମିଟି ଓ ଜନସାଧାରଣଙ୍କ କଥା ନଶୁଣିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ଆମେ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଇଛୁ ବୋଲି ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/rajgangapur-ff.jpg)