ପୌର ନିର୍ବାଚନ ବାଟ ଫିଟୁନି, ପ୍ରଶାସକଙ୍କ ହାତ‌ରେ ପୌରପାଳିକାର ଡୋରି

କ୍ୟାବିନେଟ୍‌ରେ ଆସିଲାନି ଆଇନ୍‌ରେ ସଂଶୋଧନ ପ୍ରସ୍ତାବ, ରାଜନୈତିକ ଦଳର ରହସ୍ୟଜନକ ନିରବତା

ଭୁବନେଶ୍ବର : ୨୦୧୮ରୁ ସରିଲାଣି ବହୁ ପୌରପାଳିକାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ। ନିର୍ବାଚନ ଉପରୁ ଆଇନଗତ ପ୍ରତିବନ୍ଧକ ହଟିବାର ବି ବହୁ ମାସ ବିତିଗଲାଣି। କିନ୍ତୁ ନିର୍ବାଚନ ପାଇଁ ସରକାରୀ ସ୍ତରରେ ଆଦୌ ତତ୍ପରତା ପ୍ରକାଶ ପାଉ ନାହିଁ। ଏହି ପ୍ରକ୍ରିୟା ପୂରା ଶିଥିଳ ପଡ଼ିଯାଇଛି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ନିର୍ବାଚନ ହେବାର ସମ୍ଭାବନା ବି କମ୍।

ନିର୍ବା‌ଚନ ପାଇଁ ସରକାର ତ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗରେ ନିରବ। ବିନା ନିର୍ବାଚିତ ପ୍ରତିନିଧିଙ୍କ ହାତରେ ଶତାଧିକ ପୌରପାଳିକାର ଡୋରି ପ୍ରଶାସକଙ୍କ ହାତରେ ଧରାଇ ଦିଆଯାଇଥିଲେ ବି କେହି ପାଟି ନ ଫିଟାଇବା ଆହୁରି ରହସ୍ୟଜନକ। ବିନା ନିର୍ବାଚିତ ପ୍ରତିନିଧିରେ କେତେ ଦିନ ପ୍ରଶାସକମାନେ ଶାସନ ଡୋରି ସମ୍ଭାଳିବେ, ତାହା ଏବେ ସହରାଞ୍ଚଳ ଲୋକଙ୍କ ପାଇଁ ବଡ଼ ପ୍ରଶ୍ନ।

ପ୍ରଚଳିତ ଆଇନ୍‌‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ଵାର୍ଡ ସ୍ତରରେ ଯେଉଁ ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି, ‌ସେଥିରେ ସଂରକ୍ଷଣର ପରିମାଣ ୫୦%ରୁ ଅଧିକ ହେଉଛି। ଏ ନେଇ ମାମଲା ହେବାରୁ ହାଇକୋ‌ର୍ଟ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ସୀମିତ ରଖିବାକୁ ନିର୍ଦ୍ଦେଶ ଦେଲେ। ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବି ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଲା। ୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାକୁ ହେଲେ ଦୁଇଟି ଆଇନ୍‌ରେ ସଂଶୋଧନର ଆବଶ୍ୟକତା ରହିଛି। ଓଡ଼ିଶା ମ୍ୟୁନିସିପାଲ୍‌ଟି ଆକ୍ଟ, ୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ୍ ଆକ୍ଟ ୨୦୦୩ରେ ସଂଶୋଧନ ଆ‌ଣିବାକୁ ପଡ଼ିବ। କାରଣ ଏହି ଦୁଇଟି ଆଇନ୍‌ରେ ଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାରେ ୱାର୍ଡ ସଂରକ୍ଷଣ କରାଯାଉଛି।

ବିଧାନସଭା ଶୀତ ଅଧିବେଶନରେ ଏହି ଦୁଇଟି ଆଇନ୍‌କୁ ସଂଶୋଧନ ପାଇଁ ପ୍ରସ୍ତାବ ଆସିବ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ବିଧାନସଭାକୁ ପ୍ରସ୍ତାବ ଆସିବା ଦୂରର କଥା, କ୍ୟାବିନେଟ୍‌କୁ ବି ଆସିଲା ନାହିଁ। ଆଇନରେ ସଂଶୋଧନ ନ ହେବା ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂରକ୍ଷଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇପାରିବ ନାହିଁ। ଫଳରେ ନିର୍ବାଚନ ପ୍ରକ୍ରିୟା‌ ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ପ୍ରଚଳିତ ଆଇନ୍‌‌େର ଥିବା ବ୍ୟବସ୍ଥା ଅନୁଯାୟୀ ଵାର୍ଡ ସ୍ତରରେ ଯେଉଁ ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ସେଥିରେ କେବଳ ବିସିସି (ପଛୁଆବର୍ଗ)ଙ୍କ ପାଇଁ ୨୭% ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଅନୁସୂଚିତ ଜାତି ଏବ˚ ଅନୁସୂଚିତ ଜନଜାତିଙ୍କ ପାଇଁ କେତେ ସିଟ୍‌ ସ˚ରକ୍ଷଣ ରହିବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ନିୟମ ନାହିଁ। ତେଣୁ ଜନସ˚ଖ୍ୟାକୁ ନଜରରେ ରଖି ଏହି ଦୁଇ ବର୍ଗ ପାଇଁ ସିଟ୍‌ ସ˚ରକ୍ଷଣ ରଖାଯାଇଥାଏ। ସେଥି ପାଇଁ ଅଧିକାଂଶ ପୌର ସ˚ସ୍ଥାରେ ୫୦ ପ୍ରତିଶତ ଉପରକୁ ସଂରକ୍ଷଣ ଟପିଯାଇଛି। କେଉଁଠି ୫୩% ଅଛି ତ କେଉଁଠି ୫୫%। ସେଥି ପାଇଁ ଆଇନଗତ ବିବାଦ ଦେଖାଦେଇଥିଲା।

ଯଦି ବିଧାନସଭାର ଆସନ୍ତା ବଜେଟ୍‌ ଅଧିବେଶନ ସମୟରେ ସରକାର ସଂଶୋଧନ ପ୍ରସ୍ତାବ ଆଣନ୍ତି, ତାହା ପରେ ବି ଲମ୍ବା ପ୍ରକ୍ରିୟା ରହିଛି। ବିଧାନସଭାରେ ପ୍ରସ୍ତାବଟି ପାରିତ ହେଲା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ସଂ‌େଶାଧିତ ଆଇନ ଅନୁଯାୟୀ ପୌର ସଂସ୍ଥା କର୍ତ୍ତୃପକ୍ଷ ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ। ଏହା ସମୟ ସା‌େପକ୍ଷ। ତେଣୁ ୨୦୨୦ ପ୍ରଥମାର୍ଦ୍ଧରେ ନିର୍ବାଚନ ହେବାର ଆଦୌ ସମ୍ଭାବନା ନାହିଁ କହିଲେ ଭୁଲ୍‌ ହେବ ନାହିଁ।

ଅପର ପକ୍ଷରେ ପୌରସଂସ୍ଥାଗୁଡ଼ିକରେ ପ୍ରଶାସକ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି। ୨୦୧୮ ସେେପ୍ଟମ୍ବର ମାସରୁ ବର୍ତ୍ତମାନ ମଧ୍ୟରେ ଯେତେ‌େବ‌ଳେ ଯେଉଁ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଛି, ସେଠାରେ ପ୍ରଶାସକ ନିଯୁକ୍ତି ଦିଆଯାଉଛି। ୨୦୧୮ ମସିହା ସେେପ୍ଟମ୍ବର ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୬୬ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଥିଲା ଓ ସେଠାରେ ପ୍ରଶାସକ ନିଯୁକ୍ତି କରାଯାଇଥିଲା। ତାହା ପରେ ବିଭିନ୍ନ ପର୍ଯ୍ୟାୟରେ ଅନ୍ୟ ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫ ମହାନଗର ନିଗମ, ୪୬ ପୌରପାଳିକା ଓ ୫୦ ଏନ୍‌ଏସିରେ ପ୍ରଶାସକ ନିଯୁକ୍ତି ସରିଛି। ୨ଟି ପୌରପାଳିକା ଏବଂ ୧୧ଟି ଏନ୍‌ଏସି‌ରେ ନିର୍ବାଚିତ ପରିଷଦ କାର୍ଯ୍ୟ କରୁଛି।

ନିର୍ବାଚନ ନିର୍ଦ୍ଧାରିତ ସମୟରେ ହୋଇଥିଲେ ବିଭିନ୍ନ ପୌର ସଂସ୍ଥାର ନିର୍ବାଚନ ଭିନ୍ନ ଭିନ୍ନ ସମୟରେ ହୋଇଥା’ନ୍ତା। ଯେହେତୁ ବହୁ ସଂସ୍ଥାର କାର୍ଯ୍ୟକାଳ ଏହା ମଧ୍ୟରେ ଶେଷ ହେଲାଣି, ତେଣୁ ଏକା ସଙ୍ଗେ ବଡ଼ ଧରଣର ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। କିନ୍ତୁ ନିର୍ବାଚନକୁ ନେଇ କୌଣସି ରାଜନୈତିକ ଦଳ ଆଗ୍ରହ ପ୍ରକାଶ ନ କରିବା ବେଶ୍‌ ରହସ୍ୟଜନକ ହୋଇପଡ଼ିଛି। ଏହି ପ୍ରସଙ୍ଗରେ ସରକାର ମଧ୍ୟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରୁ ନାହାନ୍ତି।

ସମ୍ବନ୍ଧିତ ଖବର