ଭୁବନେଶ୍ୱର : ଗୁରୁବାର ଦିନ ରାଜ୍ୟର ୧୦୬ଟି ପୌର ପରିଷଦ (୪୭ଟି ମ୍ୟୁନିସପାଲଟି,୫୯ଟି ଏନ୍ଏସି), ୩ଟି ମହାନଗର ନିଗମ ପାଇଁ ମତଦାନ ଶେଷ ହୋଇଛି। ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହୋଇଥିବା ଭୋଟ୍ରେ ୧୦୬ଟି ପୌର ପରିଷଦରେ ପ୍ରାୟ ୬୫% ମତଦାନ ହୋଇଛି। ଯାହା ଗତ ପୌର ନିର୍ବାଚନ ତୁଳନାରେ ପ୍ରାୟ ୪% ଅଧିକ। ଗତ ପୌର ନିର୍ବାଚନରେ ୬୦.୯୩% ମତଦାନ ହୋଇଥିବାବେଳେ ଏଥର ରେକର୍ଡ ମତଦାନ ହୋଇଛି। ବିଭିନ୍ନ ଜିଲ୍ଲାରୁ ଏବେବି ମତଦାନ ସମ୍ପର୍କିତ ତଥ୍ୟ ଆସୁଥିବାରୁ ମୋଟ୍ ମତଦାନ ହାର ବଢ଼ିବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।
ଗୁରୁବାର ଦିନ ୧୮୨୫ଟି ୱାର୍ଡର ୪୩୬୦ଟି ବୁଥ୍ରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଅଳ୍ପ କିଛି ସ୍ଥାନକୁ ବାଦ୍ ଦେଇ ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। କିଛି ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମତଦାନ ବିଳମ୍ବିତ ହୋଇଥିଲା। ଏହାକୁ ନେଇ ବିଭିନ୍ନ ବୁଥ୍ରେ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ଗତ ନିର୍ବାଚନ ଅପେକ୍ଷା ମତଦାନ ବଢ଼ିଛି
ରାଜଧାନୀରେ ଅର୍ଦ୍ଧାଧିକ ଭୋଟର ଭୋଟ୍ ଦେଲେନି
ବ୍ରହ୍ମପୁରରେ ସବୁଠୁ କମ୍ ମତଦାନ
ବିନା ଲଢ଼େଇରେ ଜିତିଲେ ୭୩ ପ୍ରାର୍ଥୀ; କେବଳ ବିଜେଡିର ୬୯
/sambad/media/post_attachments/wp-content/uploads/2022/03/m53-300x138.jpg)
ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ୱାର୍ଡ-୮ରେ ଭୁଲ୍ ବାଲଟ କାଗଜ ଯୋଗୁଁ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏଠାରେ ଶୁକ୍ରବାର ଭୋଟ୍ ଗ୍ରହଣ କରାଯିବ।
ପୌର ପରିଷଦରେ ୬୫%ରୁ ଅଧିକ ମତଦାନ ହୋଇଥିଲେ ହେଁ ତିନି ମହାନଗର ନିଗମରେ ଆଖିଦୃଶିଆ ମତଦାନ ହୋଇନି। ସିଏମ୍ସିରେ (କଟକ) ୬୫%, ବିଇଏମ୍ସିରେ (ବ୍ରହ୍ମପୁର) ୪୭% ଏବଂ ବିଏମ୍ସିରେ (ଭୁବନେଶ୍ବର) ୪୩% ମତଦାନ ହୋଇଛି।
ନିର୍ବାଚନ ଶେଷ ହେବା ପରେ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ପୋଲିଂ କର୍ମଚାରୀ, ପୁଲିସ, ଜିଲ୍ଲା ଓ ପୁଲିସ ପ୍ରଶାସନ, ସମସ୍ତ ରାଜନୈତିକ ଦଳ, ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି।
ବିନା ଲଢ଼େଇରେ ଜିତିଲେ ୭୩ ପ୍ରାର୍ଥୀ: ବିଜେଡିର ୬୯
ଗୁରୁବାର ଦିନ ପୌର ନିର୍ବାଚନ ଶେଷ ହୋଇଥିବାବେଳେ ଶନିବାର ଭୋଟ୍ ଗଣତି ହେବ। ସଂଧ୍ୟା ସୁଦ୍ଧା କେଉଁ ୱାର୍ଡରେ କିଏ ଜିତିଲେ ଜଣାପଡ଼ିଯିବ। ହେଲେ ନିର୍ବାଚନ ପୂର୍ବରୁ ୭୩ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଥିରୁ ବିଜେଡିର ୬୯ଜଣ ପ୍ରାର୍ଥୀ ଥିବାବେଳେ ୨ଜଣ ସ୍ବାଧୀନ ପ୍ରାର୍ଥୀ, ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ୧୫ଟି ଜିଲ୍ଲାର ବିଭିନ୍ନ ଏନ୍ଏସି, ମ୍ୟୁନିସପାଲଟିର ୭୩ଟି ୱାର୍ଡରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ପ୍ରାର୍ଥୀ ବିନା ଲଢ଼େଇରେ ଜିତିଛନ୍ତି। ବ୍ରହ୍ମପୁର ମହାନଗର ନିଗମର ତିନି ଜଣ ବିଜେଡି କର୍ପୋରେଟର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/m50.jpg)