ରାଜ୍ୟଆସୁଛି ପୌର ନିର୍ବାଚନ: ଭଦ୍ରକରେ ତିନି ପ୍ରମୁଖ ଦଳର ନୂଆ ପୁରୁଣା ନେତାଙ୍କୁ ନେଇ ସମୀକରଣbySambad DigitalbySambad Digital 29 Jan 2020 00:30 IST Link copied!Copy failed! Pratisruti Plusଭଦ୍ରକ: ପାଖେଇ ଆସୁଛି ପୌର ନିର୍ବାଚନ। ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପୌର ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହୋଇପାରେ ବୋଲି ଆଭାସ ମିଳୁଛି। ଏଇ ଆଭାସ ସ୍ପଷ୍ଟ ହୋଇନଥିବା ବେଳେ ପୌର ନିର୍ବାଚନ ପାଇଁ କିନ୍ତୁ ତିନି ପ୍ରମୁଖ ରାଜନୈତିକ ଦଳ( ବିଜେଡି- ବିଜେପି- କଂଗ୍ରେସ) ପକ୍ଷରୁ ସମର ସଜ୍ଜା ଆରମ୍ଭ ହୋଇଗଲାଣି। ସମର ସଜ୍ଜାର ସବୁଠାରୁ ଆଗରେ ବିଜେଡି ଦଳ ରହିଥିବା ବେଳେ ତା ପଛକୁ ବିଜେପି ଓ କଂଗ୍ରେସ ରହିଛନ୍ତି। ଏଭଳି ରାଜନୈତିକ ଗୋଟିଚାଳନା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଲାଣି। ଭଦ୍ରକ ପୌରପାଳିକା ପୂର୍ବରୁ ବିଜେଡି ଦଖଲରେ ଥିଲା। ବିଜେଡି ଦଳରୁ ମାନସ କୁମାର ମହାନ୍ତି ପୌରାଧ୍ୟକ୍ଷ ଥିଲେ। ଚିଳିତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୌର ପରିଷଦର କାର୍ଯ୍ୟକାଳ ଶେଷ ହୋଇଯାଇଥିଲା। ସାଧାରଣ ନିର୍ବାଚନ ଥିବାରୁ ପୌର ନିର୍ବାଚନକୁ ସ୍ଥଗିତ ରଖାଯିବା ସହ ପୌରାଧ୍ୟକ୍ଷ ନିର୍ବାଚନ ସିଧା ସଳଖ ଭାବେ ହେବ ନା କାଉନସିଲରମାନଙ୍କ ଦ୍ବାରା ପୌରାଧ୍ୟକ୍ଷ ନିର୍ବାଚନ ହେବ ତାହାକୁ ନେଇ ହାଇକୋର୍ଟ ମାମଲା ମଧ୍ୟ ବିଚାରଧୀନ ରହିଛି।Advertismentସେହିପରି ବିଭିନ୍ନ ପୌରପାଳିକାର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଏବେ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ। ଭଦ୍ରକ ପୌରାଧ୍ୟକ୍ଷ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ରହିଥିବା ବେଳେ ଆସନ୍ତା ୨୦୨୦ ମାର୍ଚ୍ଚ କିମ୍ବା ଏପ୍ରିଲରେ ମାସରେ ହେବାକୁ ଥିବା ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ପୌରାଧ୍ୟକ୍ଷ ପଦବୀର ସଂରକ୍ଷଣ ବ୍ୟବସ୍ଥା କିଭଳି ରହିବ। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ରହିବ ନା ଏହାକୁ ପରିବର୍ତ୍ତନ କରାଯାଇ ମହିଳା କିମ୍ବା ଏସି.ଏସଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ସରଂକ୍ଷଣ କରାଯିବ। ତାହାକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା। ସରକାରୀ ଭାବେ କିଛି ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ପୌରାଧ୍ୟକ୍ଷ ପଦବୀକୁ ନେଇ ଏଭଳି ଦ୍ବନ୍ଦ୍ବ ଲାଗି ରହିଛି। ଏସବୁ ସସ୍ପେନସ୍ ଭିତରେ କିନ୍ତୁ ପୌର ରାଜନୀତି ପାଇଁ ପାଗଭିଡା ଜୋରଦାର ଆରମ୍ଭ ହୋଇଗଲାଣି। ବିଜେଡି ପୌର ନିର୍ବାଚନକୁ ଅଧିକ ପ୍ରାଧ୍ୟାନ୍ୟ ଦେଉଥିବା ବେଳେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏବେ ନିଜର ଦଳୀୟ ଷ୍ଟାଟେଜୀ ଆରମ୍ଭ କରି ଦେଇଛନ୍ତି। ୱାର୍ଡ ୱାର୍ଡ ବୁଲି ଦଳୀୟ ସଂଗଠନକୁ ମଜବୁତ୍ କରିବା ପାଇଁ ବିଭିନ୍ନ ୱାର୍ଡର ସମସ୍ୟା ବୁଝିବା ସହ ଉନ୍ନୟନମୂଳକ କାମ କରିବାକୁ ଆଗଭର ହୋଇଛନ୍ତି।ଏଇ ୱାର୍ଡ ବୁଲିବା ଭିତରେ ବିଜେଡିର ପୌର ନିର୍ବାଚନର ରାଜନୈତିକ ବାସ୍ନା ବାରି ହୋଇପଡୁଛି। କେଉଁ ୱାର୍ଡରେ କିଏ ବିଜେଡି ଦଳର ପ୍ରାର୍ଥୀ ହେବ ସେଇସବୁ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ବିଧାୟକଙ୍କ ପାଖେ ପାଖେ ବୁଲିବା ଆରମ୍ଭ କରି ଦେଇଛନ୍ତି। ପୌର ନିର୍ବାଚନରେ କିନ୍ତୁ ବିଜେଡିର ୪ ପ୍ରମୁଖ ଗୋଷ୍ଠୀର ପ୍ରାର୍ଥୀଙ୍କୁ ନେଇ ଟିକଟ ବଣ୍ଟନ କରାଯିବ ବୋଲି ଏବେଠାରୁ ଆଭାସ ମିଳିଲାଣି। ଗୋଟିଏ ଗୋଷ୍ଠୀ ବିଧାୟକ ଶ୍ରୀ ମଲ୍ଲିକଙ୍କର ରହିଥିବା ବେଳେ ଅନ୍ୟ ଗୋଷ୍ଠୀ ପୂର୍ବତନ ବିଧାୟକ ତଥା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ତଥା ବର୍ତ୍ତମାନର ମତ୍ସ୍ୟ ନିଗମର ଅଧ୍ୟକ୍ଷ ଅସିତ୍ ପଟ୍ଟନାୟକ (ବୁଲୁ)ଙ୍କର ରହିଛି। ସେହିପରି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ତଥା ପୂର୍ବତନ ଭଦ୍ରକ ପୌରପାଳ ଇଂ ପ୍ରୟାସକାନ୍ତି ସାମଲଙ୍କ ଗୋଷ୍ଠୀ ସକ୍ରିୟ ରହିଛନ୍ତି। ଏଇ ୩ ଗୋଷ୍ଠୀଙ୍କ ମଧ୍ୟରେ ମୁଖ୍ୟତଃ ଟିକଟ ବଣ୍ଟନକୁ ନେଇ ବଳ କଷାକଷି ହେବାର ସମ୍ଭାବନା ଯଥେଷ୍ଟ ରହିଛି।ସେହିପରି ଭଦ୍ରକ ବିଜେଡିର ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କର ମଧ୍ୟ ଏକ ସ୍ବତନ୍ତ୍ର ଗୋଷ୍ଠୀ ଟିକଟ ଆଶାୟୀ ରହିଛନ୍ତି। ଏଇ ୪ ଗୋଷ୍ଠୀଙ୍କର ଅନୁଗତ ଆଶାୟୀ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ କରି ଟିକଟ ବଣ୍ଟନ କରିବା ଦଳ ପାଇଁ କାଠିକର ପାଠ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଟିକଟ ବଣ୍ଟନ ବେଳେ ଦଳୀୟ ବିବାଦ ସୃଷ୍ଟି ହୁଏ । ତେବେ ଉପର ମହଲର ନେତାଙ୍କ ଦ୍ବାରା ଏହାର ସମାଧନର ବାଟ ବାହାରିବ ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ସେହିପରି ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପଛକୁ ଭଦ୍ରକରେ ଭୋଟ ହାରରେ ବିଜେପି ରହିଛି। ବିଜେପି ମଧ୍ୟ ତାର ପୌର ନିର୍ବାଚନ ଷ୍ଟାଟେଜୀ ଆରମ୍ଭ କରିଛି। ଦଳ କିଭଳି ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ଓ କ୍ଷମତା ଦଖଲକୁ ଆସିବ ସେଥିପାଇଁ ନୂଆ ପୁରୁଣା ନେତାଙ୍କ ନେଇ ବିଜେପି ଆଗାଆ ଗୋଟିଚାଳନା ଆରମ୍ଭ କରିଛି। ବିଜେଡିର ଗୋଷ୍ଠୀ ବିବାଦ ବିଜେପି ପାଇଁ ମଧ୍ୟ ଏକ ସୁଯୋଗ ସୃଷ୍ଟିକରିପାରେ ବୋଲି ଚର୍ଚ୍ଚା ହୋଉଛି। ତେବେ କାହାକୁ ନେଇ ଆଗାମୀ ପୌର ନିର୍ବାଚନରେ ବିଜେପି ଗୋଟି ଚାଳନା ଆରମ୍ଭ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆଗାମୀ ପୌର ନିର୍ବାଚନରେ ଦଳର ବରିଷ୍ଠନେତା ତଥା ବିରୋଧୀ ଦଳର ଉପନେତା ବିଧାୟକ ବିଷ୍ଣୁ ସେଠୀ ଙ୍କ ଉପରେ ସବୁ କଥା ନିର୍ଭର କରୁଛି ବୋଲି ଚର୍ଚ୍ଚା ହେଉଛି। କେଉଁ ନେତାଙ୍କୁ ନେଇ କିଭଳି ଗୋଟି ଚାଳନା କରାଯିବ।ସେହିପରି କଂଗ୍ରେସ ଚଳିତ ସାଧାରଣ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ଶୋଚନୀୟ ପରାଜୟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ତୃଣମୂଳସ୍ତରରେ ଦଳର ସଂଗଠନ ଥିଲେ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ମତ ଓ ମାତନ୍ତରକୁ ନେଇ ଦଳ ଆଗକୁ ବଢିବା କଷ୍ଟକର ହୋଇଛି। ପୂର୍ବ ପୌର ନିର୍ବାଚନରେ କଂଗ୍ରେସ ଏକ ସମ୍ମାନଜନକ ଆସନ ହାସଲ କରିଥିଲେ ମଧ୍ୟ ଚଳିତ ନିର୍ବାଚନରେ ସେଇ ସ୍ଥିତି ରହିବ କି ନାହିଁ ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି। ତେବେ ଭଦ୍ରକ ପୌର ନିର୍ବାଚନରେ କଂଗ୍ରେସ ଦଳର ମଙ୍ଗ କିଏ ଧରିବ। କାହାର ନେତୃତ୍ବରେ ଦଳ ଆଗାମୀ ପୌର ନିର୍ବାଚନ ଲଢିବ। ଏଇଭଳି ଏକ ନେତୃତ୍ବ ସଂକଟ ଦେଇ ଦଳ ଗତି କରୁଛି। କଂଗ୍ରେସର ତୃଣମୂଳସ୍ତରରେ ଭୋଟ ରହିଥିବା ବେଳେ ଏଇ ଭୋଟରଙ୍କୁ ପୁଣି ଆପଣାର କରି ଦଳୀୟ ସଂଗଠନକୁ ତାର ପୂର୍ବ ସ୍ଥିତିକୁ ଆଣିବାକୁ ଯୋଜନା ଚାଲିଛି। କଂଗ୍ରେସ ଅଣ୍ଟା ସଳଖି ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଥିବା ବେଳେ ନରେନ ଓ ନଳିନୀ କିଏ ନିର୍ବାଚନ ମଙ୍ଗ ଧରିବେ। କାହା ନେତୃତ୍ବରେ ନିର୍ବାଚନ ଲଢା ହେବ ତାହାକୁ ନେଇ ବର୍ତ୍ତମାନ ଦ୍ବନ୍ଦ୍ବ ରହିଛି।bySambad DigitalbySambad Digital 29 Jan 2020 00:30 IST Link copied!Copy failed!