ଭଦ୍ରକ: ଭଦ୍ରକ ପୌରପାଳିକାର ପିଛା ଛାଡ଼ୁନି ବିବାଦ। ପୌରପାଳିକା ବ୍ୟବସ୍ଥା ସହରର ବିକାଶ କରିବାକୁ ରହିଛି। କିନ୍ତୁ ଏଠାରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଇଁ ପୌରପାଳିକାର ବିକାଶ ବହୁ ଦୂରକୁ ଠେଲି ହୋଇ ଯାଇଥିବା ଅଭିଯୋଗ ହେଉଛି। ତେବେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବି ନେଇ ବିବାଦ ଉଗ୍ର ହେଉଛି। ଏହି ବିବାଦୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଭଦ୍ରକରୁ  ବଦଳି କରାନଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଆଜି ଭଦ୍ରକ ପୌରପାଳିକାର ସ୍ଵାଧୀନ ଓ କଂଗ୍ରେସ କାଉନସିଲରମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚେତାବନୀ ଦେଇଛନ୍ତି।
Advertisment
ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଇଁ ଏହି କାର୍ଯ୍ୟାଳୟ ଅଧିକ ବିବାଦୀୟ ହୋଇପଡିଛି। ଏଠି ବିକାଶ ମୂଳକ କାର୍ଯ୍ୟ କାମ ଅଧିକାରୀଙ୍କ ରାଜନୀତି ଅଧିକ ହେଉଛି ବୋଲି କାଉନସିଲରମାନେ ଅଭିଯୋଗ କରିଛନ୍ତି। କାଉନସିଲର ହେମନ୍ତ ସାହୁ କହିଲେ ଏଇ ନିକଟରେରେ କିଛି ୱାର୍ଡର ବୃଦ୍ଧ, ବୃଦ୍ଧା, ବିଧବା ମହିଳା, କିଛି ଅନ୍ଧ ଓ କିଛି ଅସହାୟ ଲୋକ ବ୍ୟାଙ୍କକୁ ଯାଇ ଭତ୍ତା ଟଙ୍କା ଉଠାଣ କରିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ଭତ୍ତା ଟଙ୍କା ବ୍ୟାଙ୍କକୁ ନ ପଠାଇ ପୌର କାର୍ଯ୍ୟାଳୟରେ ଦେବାକୁ  ଦାବି କରି ପୌର କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ କାର୍ଯ୍ୟ ନିର୍ବାହୀ ଉପସ୍ଥିତ ରହିଥିବା ବେଳେ ଭତ୍ତା ଟଙ୍କା ସିଧା ସଳଖ ଭାବରେ ଅସହାୟ ଲୋକଙ୍କୁ ପ୍ରଦାନ କରିବାକୁ ଦାବି କରିଥିଲେ। ମାତ୍ର ଭଦ୍ରକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ଅସହାୟ ଲୋକଙ୍କୁ ସିଧାସଳଖ ଭାବରେ ଭତ୍ତା ଦେଇ ହେବ ନାହିଁ ବୋଲି କହିଥିଲେ। ଫଳରେ ଏହି ଲୋକଙ୍କ ପାଇଁ ସେଦିନ କିଛି କାଉନସିଲର ମଧ୍ୟ ଅଧିକାରୀଙ୍କୁ ଦାବି କରିଥିଲେ। ମାତ୍ର ଅଧିକାରୀ ଏସବୁ କଥା ପ୍ରତି ଦୃଷ୍ଟି ଦେଇ ନଥିଲେ। ଏହି ଘଟଣାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ପୌର ଅଧିକାରୀଙ୍କୁ ସେମିତି କଲେହି କିଛି ଅଶାଳୀନ ଭାଷାରେ ଗାଳି ଗୁଲଜ କରି ନଥିଲେ। ମାତ୍ର ପୌରାଧିକାରୀଙ୍କୁ ଆଶାଳୀନ ଭାଷାରେ ଗାଳି ଗୁଲଜ କରାଯାଇଛି ବୋଲି ଅଭିଯୋଗ କରି ଟାଉନ ଥାନାରେ ଅଭିଯୋଗ କରା ଯିବା ଘଟଣାକୁ ନେଇ କାଉନସିଲର ମାନେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। କେବଳ ସେତିକି ନୁହେଁ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରାଯାଇଛି ବୋଲି ଅଭିଯୋଗ କରି ପୌର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ ଦୁଇ ଦିନ କରିଥିଲେ। ଏହି ଘଟଣାକୁ ନେଇ ପୌର ରାଜନୀତି ଅଧିକ ଜଟିଳ ହୋଇପଡିଛି। ଏହାର ପ୍ରତିକ୍ରିୟା ରଖି ଆଜି କିଛି ସ୍ଵାଧୀନ କାଉନସିଲର ଓ କଂଗ୍ରେସ କାଉନସିଲର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସବୁ ବିବାଦ ପାଇଁ ଭଦ୍ରକ ବିଧ୍ୟାୟକଙ୍କର ପ୍ରଚ୍ଛଦ ହାତ ରହିଥିବା ଅଭିଯୋଗ କରିବା ସହ ଭଦ୍ରକ ପୌର ପାକିକା ଭିତରେ ବିକାଶ କରାନଯାଇ ୮ ମାସ ଭିତରେ କେବଳ ବିବାଦର ମଞ୍ଜି ବୁଣା ଯାଉଛି। ପୌର ବିବାଦ ଉଗ୍ର ରୂପ ନେଉଥିବା ବେଳେ ଏଠି ପାଇଁ ଖୋଦ କରଜ୍ୟ ନିର୍ବାହୀ ଅଧିକାରୀ ହିଁ ଦାୟୀ ବୋଲି କାଉନସିଲରମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି।