ଖଲ୍ଲିକୋଟ: ୨୦୦୮ ମସିହାରେ ସୁରତରେ ପ୍ରଭାତ ଗୌଡ଼ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ସଂପୃକ୍ତ ଅଭିଯୁକ୍ତ ତଥା ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମର ବଳରାମ ସାହୁ ଓରଫ୍ ବେଙ୍ଗକୁ ଦୀର୍ଘ ୧୫ ବର୍ଷ ପରେ ପୁଲିସ ଗିରଫ କରିଛି। ଏହି ହତ୍ୟାକାଣ୍ଡ ପରେ ବଳରାମ ଦୁବାଇ ଫେରାର ହୋଇଯାଇଥିଲା। କିଛିଦିନ ତଳେ ଖୋଜାପଲ୍ଲୀ ଗ୍ରାମକୁ ଆସିଥିଲା। ଆଜି ଖଲ୍ଲିକୋଟ ଓ ସୁରତ ପୁଲିସ ମିଳିତ ଭାବେ ଚଢ଼ଉ କରି ବଳରାମକୁ ଗିରଫ କରିଛନ୍ତି। ଏନେଇ କେସ୍ ନମ୍ବର ୩୨୦/୨୦୦୮ ଅନୁସାରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ଝୁଲୁ ସାହୁ ଗିରଫ ହୋଇଥିବା ‌‌ବେଳେ ସୁରେଶ ଦାଶ ଏଯାବତ୍ ଫେରାର ଅଛି।