ଜୟପୁର: ଗତକାଲି ଜୟପୁର ସଦରଥାନା ଅର୍ନ୍ତଗତ ପାଂଜିଆଗୁଡା ନିକଟସ୍ଥ ମୁଦୁଲିଗୁଡ଼ା ଗାଁରେ ୩ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ବିଷପିଇ ଦେଇଥିଲେ ଅଭିଯୁକ୍ତ ତିରୁପତି ମାଝୀ । ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ବେଳେ ଆଜି ଦିନ ୪ଟା ୫୦ମିନିଟରେ ତିରୁପତିଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ।
ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟା ୫ଟା ବେଳେ ଅଭିଯୁକ୍ତକ ତିରୁପତି ନିଶାଶକ୍ତ ଅବସ୍ଥାରେ ଗାଁର ୭୦ବର୍ଷ ବୟସ୍କା ବୃଦ୍ଧା ମାମୁନି ଜାନୀଙ୍କୁ ପ୍ରଥମେ ଧାରୁଆ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ବୃଦ୍ଧାଙ୍କ ପେଟ ଓ ଅନ୍ୟ ସ୍ଥାନରେ ମାରିଥିଲେ। ଏହି ସମୟରେ ଗଣ୍ଡଗୋଳ ଛଡ଼ାଇବାକୁ ଆସିଥିବା ମଣ୍ଡଳୀ ଓ ତୁଳାଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନଥିଲେ। ଏଥିରେ ମଣ୍ଡଳୀ ବି ଗୁରୁତର ଆହତ ହୋଇଥିଲେ। ମଣ୍ଡଳୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଆଜି ତାଙ୍କ ମୁଣ୍ଡର ଅସ୍ତ୍ରପ୍ରଚାର କରାଯାଉଥିବା ସୂଚନା ମିଳିଛି। ମାମୁନୀ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି। ତୁଳା ସାମାନ୍ୟ ଆହତ ଥିବାରୁ ଚିକିତ୍ସା ପରେ ଡାକ୍ତରଖାନାରୁ ଘରକୁ ପଠାଇ ଦିଆଯାଇଛି। ମୃତ ତିରୁପତିଙ୍କ ୨ଝିଅ । ବଡ଼ ଝିଅ ଲୋକଙ୍କ ଘରେ କାମ କରିବା ସହ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଗତ ୧୦ଦିନ ତଳେ ଗୋଟିଏ ଝିଅ ଉଦୁଲିଆ ପଳାଇଥିଲେ। ପୂର୍ବରୁ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବାପାଙ୍କ ମୃତ୍ୟୁ ପରେ ଗୋଟିଏ ଝିଅ ଅନାଥ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dead-bbc.jpg)
