ବ୍ରହ୍ମପୁର : ସମ୍ପତ୍ତି ବାଜ୍ୟାପ୍ତି ପରେ ପୁଲିସ ହାତରେ ଧରାପଡ଼ିଛି ଜଣେ ହତ୍ୟା ଅଭିଯୁକ୍ତ। ସେ ହେଉଛି, ଗଞ୍ଜାମ ଜିଲ୍ଲା ଗୋସାଇଁ ନୂଆଗାଁ ଥାନା ଅଞ୍ଚଳର ଶଙ୍କର ବେହେରା।
ବିଚାରଣା ବେଳେ ଶଙ୍କର କୋର୍ଟରେ ହାଜର ହେଉନଥିବାରୁ ତା’ ବିରୋଧରେ ପ୍ରଥମେ ଏନ୍ବିଡବ୍ଲୁ (ଜାମିନ୍ ବିହୀନ ପରୱାନା) ଜାରି ହୋଇଥିଲା। କିନ୍ତୁ, ପୁଲିସ ତାକୁ ଗିରଫ କରିବାକୁ ସକ୍ଷମ ନହେବାରୁ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ କୋର୍ଟରୁ ଅନୁମତି ଅଣାଯାଇଥିଲା। ଗତ ୧୯ତାରିଖରେ ତାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା। ତେବେ, ଏହି ଘଟଣା ପରେ ଶଙ୍କର ନିଜ ଘର ଦେଖିବାକୁ ଆସିଥିଲା। ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ କାବୁ କରିଥିବା ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁଇଟି ହତ୍ୟା ଘଟଣାର ଅଭିଯୁକ୍ତ ହେଉଛି ଶଙ୍କର।