ଅନୁଗୁଳ: ସ୍ତ୍ରୀ ଓ ଦୁଇ ଝିଅ ମିଶିସ୍ବାମୀଙ୍କୁ ହତ୍ୟା କରିବା ଘଟଣା ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୋଗ ହେଉଛି କି ସ୍ତ୍ରୀ ଓ ଦୁଇ ଝିଅଙ୍କର ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କରେ ଲିପ୍ତ ଥିଲେ ଓ ଏହାକୁ ବିରୋଧ କରୁଥିବାରୁ ଉକ୍ତ ବ୍ୟକ୍ତିଙ୍କୁ ଏପରି ପରିଣାମ ଭୋଗ କରିବାକୁ ପଡ଼ିଛି। ହତ୍ୟାର ଶିକାର ହୋଇଥିବା ସୁନନ୍ଦ ପ୍ରଧାନଙ୍କ ଭଉଣୀ ଥାନାରେ ଏହି ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲାର ସମଲ ଥାନା ଅନ୍ତର୍ଗତ ସିଲିଂ ଗାଁରେ ୨ ଝିଅଙ୍କ ସହ ମିଶି ସ୍ବାମୀ ସୁନଦ ପ୍ରଧାନ(୫୧)ଙ୍କୁ ସ୍ତ୍ରୀ ହତ୍ୟା କରିଛନ୍ତି। ଏହାପରେ ସମଲ ଥାନାରେ ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ତ୍ରୀ ଭାରତୀ ପ୍ରଧାନ(୪୫), ଝିଅ ବୁନୁ(୨୪) ଓ ଲୁନୁ(୨୦) ଆତ୍ମସମର୍ପଣ କରିଛନ୍ତି । ସ୍ତ୍ରୀ ଭାରତୀ ପ୍ରଧାନ ନିଜେ କେବଳ ଏହି ହତ୍ୟା କରିଥିବା କହୁଥିବା ହେତୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2020/07/samal.jpg)
ଅପରପକ୍ଷରେଏ ନେଇ ମୃତକ ସୁନନ୍ଦଙ୍କର ଭଉଣୀ ଲୋଚନଙ୍କ ଅଭିଯୋଗ କରିଛନ୍ତି ଯେ ସ୍ତ୍ରୀ ଭାରତୀ ଓ ତାଙ୍କ ଦୁଇ ଝିଅ ବୁନୁ ଓ ଲୁନୁ ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କ ରଖୁଥିବାରୁ ଏହାକୁ ବିରୋଧ କରିଆସୁଥିଲେ ସୁନଦ। ଏଣୁ ସେମାନେ ସବୁଦିନ ପାଇଁ ସୁନଦଙ୍କୁ ରାସ୍ତାରୁ ଥିବାରୁ ହଟାଇବା ଲାଗି କିଛି ଗୁଣ୍ଡାଙ୍କ ସହ ମିଶି କାନ୍ଥରେ ତାଙ୍କ ମୁଣ୍ଡକୁ ବାଡ଼େଇ ବାଡ଼େଇ ମାରି ଦେଇଛନ୍ତି। ସମଲ ଥାନା ପୁଲିସ୍ ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜଣାଯାଇଛି।