ଭବାନୀପାଟଣା: ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନଭାଇ। ସଦର ଥାନା ସିକେରଗୁଡ଼ା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଥାନାରେ ୩ ଅଟକ।
ସୂଚନା ଅନୁଯାୟୀ ସିକେରଗୁଡ଼ା ଗାଁର ଜଳ ନାୟକ ଆଜି ସକାଳେ ବିଲକୁ ଯାଉଥିବା ବେଳେ ତାର ସାନଭାଇ ପରବେଶ ନାୟକ ଓ ଦୁଇ ପୁଅ ଟାଙ୍ଗିଆରେ ଜଳ ନାୟକଙ୍କୁ ଆକ୍ରମଣ କରିଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ ଜଳ ନାୟଙ୍କର ମୃତ୍ୟୁ ଘଟିଥିଲା। ଜଳ ଗୁଣିଗାରେଡ଼ି କରି ସାନଭାଇ ପରିବାରକୁ ହଇରାଣ କରୁଥିବା ହେତୁ ପରବେଶ ଓ ତାର ଦୁଇ ପୁଅ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଜଳ ନାୟକଙ୍କ ଶବ ଜବତ କରିବା ସହ ଅଭିଯୁକ୍ତ ପରବେଶ ନାୟକ ଓ ଦୁଇ ପୁତୁରାଙ୍କୁ ଥାନାରେ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/13eb8f87-9cd3-4e2f-87c3-0dc3670d7c2a.jpeg)