ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାରରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଚୌଦ୍ୱାରର ୫୫ ନମ୍ବର ଜାତୀୟ ରାଜପଥର ନୁଣ୍ଟିକିରି ନିକଟସ୍ଥ ଚାଉଳିଆ ପୋଲ ନିକଟରେ ବିଳମ୍ବିତ ରାତିରେ ସ୍ଥାନୀୟ ଦୁର୍ଗା ବଜାର ବାସିନ୍ଦା ଗାଡ଼ି ମାଲିକ ତଥା ଡ଼୍ରାଇଭର ଲୋକନାଥ ବିଶ୍ଵାଳଙ୍କୁ ନୃଶଂସ ହତ୍ୟା କରାଯାଇଛି।
ଖବର ପାଇ ଆଜି ସକାଳେ ପୁଲିସ ଲୋକନାଥ ବିଶ୍ଵାଳଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇଛି। ଚୌଦ୍ୱାର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଖବର ପ୍ରଚରିତ ହେବା ପରେ ସେହି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/choudwar-police-station.jpg)