ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କାନ୍ଧପାଳ ଗ୍ରାମର ଦଳେଇ ନାଏକ (୫୬)ଙ୍କୁ ଆଜି ସକାଳ ୭ଟାରେ ଗ୍ରାମର ଅନ୍ୟ କିଛି ଲୋକ ଗୁଳିମାରି ହତ୍ୟା କରିଥିବାର ଖବର ମିଳିଛି। ପୋଖରୀ ଖୋଳାକୁ ନେଇ ମୃତକ ଏବଂ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ।
ଏଣେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପକ୍ଷରୁ ପ୍ରତି ଆକ୍ରମଣ ହୋଇଥିବାର ଖବର ମିଳିଛି। ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ମୃତକଙ୍କ ପରିବାର ଲୋକେ ହାଣିଛନ୍ତି। ଏଥିରେ ଉଭୟ ମା’ ଓ ଶିଶୁପୁତ୍ର ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/dhenkanal-death-750x423-1.jpg)