ବାଲେଶ୍ବର ଜିଲ୍ଲା ମୀରପୁରଖଇରା ଗାଁରେ ନୃଶଂସ ହତ୍ୟାକାଣ୍ଡ: ମାକୁ କଟୁରିରେ ହାଣି ମାରିଦେଲା ପୁଅ

ଖଇରା: ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ନିଜ ମାକୁ କଟୁରିରେ ହାଣି ମାରିଦେଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମିରିପୁରଖଇରା ଗ୍ରାମରେ। ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ମିରିପୁରଖଇରା ଗ୍ରାମର ରଘୁନାଥ ଶିଅଳଙ୍କ ପୁଅ ଜଗବନ୍ଧୁ ଶିଅଳ ନିଶାସକ୍ତ ଅବସ୍ଥାରେ ନିଜ ମା ମଣି ଶିଅଳକୁ ଏକ ଧାରୁଆ କଟୁରିରେ ହାଣିଦେଇଥିଲା।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ପରିବାର ଲୋକେ ଜାଣି ଖଇରା ଥାନାକୁ ଖବର ଦେଇଥିଲେ। ଖବର ପାଇ ଖଇରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ତଦନ୍ତ ଚଳାଇଛି। ସୂଚନା ଥାଉକି ଜଗବନ୍ଧୁ ଗତକାଲି ଘରେ ରହୁଥିବା ବାପା ଏବଂ ଭଉଣୀକୁ ମାଡ଼ ମାରିଥିଲା। ଫଳରେ ସେମାନେ ଭୟରେ ଘରୁ ପଳାଇ ଯାଇଥିଲେ। ପରେ ଜଗବନ୍ଧୁ ନିଜ ମାକୁ ଏକ କଟୁରିରେ ହାଣି ଦେଇଥିଲା।

ସମ୍ବନ୍ଧିତ ଖବର