କୋମନା: ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ସଦର ମହକୁମାରେ ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାରେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପାଖାପାଖି ୫ଟା ସମୟରେ କୌଣସି କାରଣରୁ ବଡ଼ଭାଇ ଶିବ ହରପାଲ ଏବଂ ସାନଭାଇ ବିଦ୍ୟା ହରପାଲ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ସେଦୁହେଁ ରାସ୍ତା ଉପରେ ବି ମରାମରି ହୋଇଥିଲେ। ସାନ ଭାଇ ବିଦ୍ୟା ପାଖରେ ପଡ଼ିଥିବା ଏକ ଟାଙ୍ଗିଆରେ ବଡ଼ଭାଇ ଶିବ ଉପରକୁ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ଶିବ ହରପାଲର ପ୍ରାଣହାନି ଘଟିଥିଲା। କିନ୍ତୁ ଗତକାଲି ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିଲା।
ଆଜି ସକାଳେ ଶିବ ଏବଂ ବିଦ୍ୟାର ବାପା ରବୀନ୍ଦ୍ର ହରପାଲ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତା’ପରେ ପୁଲିସ୍ ଆଜି ସକାଳେ ଅଭିଯୁକ୍ତ ବିଦ୍ୟାକୁ ଗିରଫ କରିଥିବା ଜଣାଯାଇଛି। ତାକୁ ପୁଲିସ୍ ଜେରା କରୁଥିବା ବେଳେ ନୂଆପଡ଼ାରୁ ସନ୍ଧାନୀ କୁକୁରକୁ ଅଣାଯାଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।
ମୃତ ଶିବ ହରପାଲର ବୟସ ୨୭ ବର୍ଷ ଏବଂ ସେ ବିବାହିତ। ତା’ଛଡ଼ା ତାଙ୍କର ଏକ ସନ୍ତାନ ବି ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dead-indiatoday7-2.png)