ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ମହିଳା ନିହତ, ସ୍ବାମୀ ଓ ପୁଅ ଗୁରୁତର

କଟକ: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲି ଓ ଫାର୍ସାରେ ଆକ୍ରମଣ ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବାର ଖବର ମିଳିଛି। ଏହି ଆକ୍ରମଣରେ ମାଆ ବିନି ମହାଳିକ(୪୫) ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ତାଙ୍କ ସ୍ବାମୀ ଶିବ ମହାଳିକ ଓ ପୁଅ ଆଲୋକ ମହାଳିକ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।  ତେବେ ଘଟଣାସ୍ଥଳରେ ଆଠଗଡ଼ ଏସଡପି଼ଓ ଓ ନରସିଂହପୁର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୂର୍ବ ଶତ୍ରୁତାରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର