ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ଘରୁ ଡାକିନେଇ ବୀଭତ୍ସ ହତ୍ୟା, ୨ ଅଟକ

ପଡିଆ: ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଛି। ଏହି ଗାଁରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଲୋକକୁ ନିର୍ମମ ଭାବେ ହତ୍ୟା କରିଛି। ସୂଚନା ମୁତାବକ ମାରଡିମେଟଲା ଗ୍ରାମର ଇର୍ମା କବାସୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ସେହି ଗ୍ରାମର ଆଡମା କାବାସୀଙ୍କ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖି ଆସିଥିବା ନେଇ ଆଡମା ସନ୍ଦେହ କରି ଆସୁଥିଲା। ଏଥିପାଇଁ ଗତକାଲି ଆଡମା ନିଜର ସମ୍ପର୍କୀୟ ଭାଇ ମୂକା କାବାସୀ ସହ ମିଶି ଇର୍ମାକୁ ନିଜ ଘର ପାଖକୁ ଡାକିଥିଲା। ସେଠାରେ ଆଡମା, ଇର୍ମା ସହ ପାଟିତୁଣ୍ଡ କରିବା ସହ ପୂର୍ବ ଯୋଜନା ମୁତାବକ ହତ୍ୟା କରିଥିଲା।

ଗତକାଲି ସଂଧ୍ୟାରେ ଏହି ଘଟଣା ବିଷୟରେ ଜଣାପଡିବା ପରେ ବିଳମ୍ବିତ ରାତିରେ ମୃତ ଇର୍ମାର ବାପା କବାସୀ ବିଚେମ ପଡିଆ ଥାନରେ ଏତଲା ଦେଇଥିଲେ । ଏ ନେଇ ପଡିଆ ଥାନାରେ କେସ୍ ନଂ ୦୬/୨୧ ରେ ଏକ ମୃତ୍ୟୁ ମାମାଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଜଣାପଡ଼ିଛି । ଏଥିସହ ଆଜି କୋରାପୁଟରୁ ଏକ ସାଇନଟିଫିକ ଟିମ୍ ଏହି ଗ୍ରାମକୁ ଆସି ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର