ପାତ୍ରପୁର: ଜରଡା ଥାନା ପୁହୁଣ୍ଡି ଗ୍ରାମରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି। ମହିଳା ଜଣକ ହେଲେ ବିଜୟ ଗୌଡଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ (୩୫)। ପ୍ରତିଦିନ ଭଳି ଆଜି ଭୋର ସମୟରେ ଲକ୍ଷ୍ମୀ ଦେବୀ ଗାଧୋଇବା ପାଇଁ ନଈକୁ ଯାଇଥିଲେ। ନଦୀକୂଳରେ ସାବୁନ୍ ଓ ବ୍ରସ ରଖି ଆମ୍ବ ତୋଟା ନିକଟକୁ ଶୌଚପାଇଁ ଯାଇଥିଲେ।
କେହି ଦୁର୍ବୃତ୍ତ ତାଙ୍କୁ ସେଠାରେ ହତ୍ୟା କରି ଫେରାର୍ ହୋଇଯାଇଛନ୍ତି। ଆସିବାରେ ଵିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କୁ ପାଇନଥିଲେ। ସକାଳେ ମହିଳାମାନେ ସେଠାରେ ଲକ୍ଷ୍ମୀ ଦେବୀଙ୍କ ରକ୍ତାକ୍ତ ଶରୀର ଦେଖିଥିଲେ ଓ ପରେ ସେହି ଖବର ପ୍ରସାରିତ ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଖାରିଆଗୁଡା ଫାଣ୍ଡି ଓ ଜରଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏଯାଏଁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/10e75a25-cd31-4fe6-83de-8f0b4ccbca0e.jpg)