ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଅଭିଯୋଗ: ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ନେଇ ପୁଲିସର ତଦନ୍ତ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ରାଜନୈତିକ ଶତ୍ରୁତାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ମୁକ୍ତାମାଳାଦେଇପୁର ଶାସନ ଗ୍ରାମର ଅମିତ କୁମାର ଆଚାର୍ଯ୍ୟ (୨୯)। ତାଙ୍କୁ ଗ୍ରାମର ୫ ଜଣ ହତ୍ୟା କରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ବନ୍ଥପାଲି ପଞ୍ଚାୟତର ପୁରୁଣା ପୋଖରୀ ନିକଟରେ ଗତକାଲି ରାତି ୧୧ଟା ସମୟରେ ଅମିତ କୁମାର ଆଚାର୍ଯ୍ୟ (୨୯)ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ବେକ କଟିଛି। ଏହାଛଡ଼ା ଅମିତଙ୍କ ପେଟ ଓ ଛାତିକୁ ମାରଣାସ୍ତ୍ରରେ ଭୁଷାଯାଇଥିବାର ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଅମିତଙ୍କ ବାଇକ୍ ପଡ଼ିଥିବା ବେଳେ ବିଲ ମଝିରୁ ତାଙ୍କ ମୃତଦେହ ଠାବ ହୋଇଥିଲା।
ରାଜନୈତିକ ଶତ୍ରୁତା ଯୋଗୁ ଅମିତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ସକାଳେ ପୋଲସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଏହାସହ ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ନେଇ ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧିତ ଖବର