ପୁରୁଣା କଟକ: ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣିବାହାଲ ଛକଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭାଇକୁ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ମତେ ଗୁରୁବାର ଦିନ ସାଡ଼େ ୧୧ଟା ସମୟରେ ଯୁବରାଜପୁର ଗ୍ରାମର ଝରିଆ ବାରିକ ଲୁଣିବାହଲକୁ କିଛି ଜିନିଷ ବିକ୍ରି କରିବାକୁ ଆସିଥିଲେ।ସେହି ସମୟରେ ଯୁବରାଜପୁର ଗ୍ରାମର ତାଙ୍କ ସମ୍ପର୍କୀୟ ଭାଇ ସୁବାସ ବାରିକ ଏବଂ ପୁତୁରା ଅସିତ ବାରିକଙ୍କର କୋଣସି କାରଣରୁ ଝରିଆଙ୍କ ସହ ପାଟିତୁଣ୍ଡ ହୋଇଥିଲା ।ଏହି ସମୟରେ ଝରିଆଙ୍କୁ ସୁବାସ ଏବଂ ଅସିତ ଏକ କଇଁଚିଏବଂ କାଠ ଫାଳିଆରେ ଆକ୍ରମଣ କରି ଚାଲିଯାଇଥିଲେ ।
ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଆଙ୍କୁ ପୁରିଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଝରିଆଙ୍କୁ ମୃତ ଘୋଷଣା କରିଥିଲେ। ପୁରୁଣା କଟକ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୋୖଦ୍ଧ ପଠାଇଛି ।ପୁରୁଣା କଟକ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ସରସରାଠାରୁ କାବୁ କରିଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/img_1596387729330_256.jpg)