ରାଇରଙ୍ଗପୁର: ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଗିରଫ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଲକ୍ଷ୍ମଣଛତ୍ର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହକୁ ନେଇ ହତ୍ୟା ଘଟିଛି। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଗିରଫ ହୋଇଥିବା ଜଣାଯାଇଛି। ମୃତକଙ୍କ ନାମ ଛିତା ମୁର୍ମୁ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ନାଗାଇ ହେମ୍ରମ ଦୁଇ ବର୍ଷ ତଳେ ଝାରଖଣ୍ଡ ରାଜ୍ୟ ଡୁମୁରିଆ ଥାନା ସୁଦୁଡୁର ଗାଁର ଛିତା ମୁର୍ମୁକୁ ବିବାହ କରିଥିଲା। ଆଜି ସକାଳେ ସ୍ତ୍ରୀ ଅସୁସ୍ଥ ଥିବା କହି ଗାଁର ମୁଖିଆ ରାଜମାଲ ମୁର୍ମୁକୁ ୧୦୮ ଆମ୍ବୁଲାନ୍ସ ଡାକିଦେବାକୁ ଅନୁରୋଧ କରିଥିଲା। କିନ୍ତୁ ଗାଁ ମୁଖିଆ ଏବଂ ଗାଁର କିଛି ଲୋକ ଆସି ନାଗାଇଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଚିତାଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବା ପରେ ସମସ୍ତଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣା ସଂପର୍କରେ ଗାଁର ବୈଠକ ବସିଥିଲା । ସେହି ବୈଠକରେ ହତ୍ୟା କରିଥିବା ସ୍ତ୍ରୀକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା ଅଭିଯୁକ୍ତ।
ଏହାପରେ ଗାଁର ମୁଖିଆ ଓ କିଛି ଗ୍ରାମବାସୀ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ଅନ୍ୟ ପକ୍ଷରେ ଏସଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର