ସମ୍ବଲପୁର: ସମ୍ବଲପୁର ସହରର ଧନୁପାଲି ଥାନା ଅଧିନ ଗୋବିନ୍ଦତାଲା ପୁଲିସ କଲୋନି ପାଖ ହରିଓମ୍ ନଗରରେ ସୋମବାର ବିଳମ୍ବିତ ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରେ ତିନିଜଣ ଶୋଇଥିବା ଅବସ୍ଥାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବନିତ ଯାଦବ, ତାଙ୍କ ପତ୍ନୀ ଓ ଦୀପକ ଯାଦବ (୪୦) ଘର ଭିତରେ ଥିଲେ। ରାତି ପ୍ରାୟ ୧୨ଟା ୩୦ରେ ଭୁଜାଲି ମାଡ଼ରେ ଦୀପକର ମୃତ୍ୟୁ ହୋଇଛି। ବନିତ ଗୁରୁତର ଥିବା ବେଳେ ତାଙ୍କୁ ଭୀମସାର ରେ ଭର୍ତ୍ତି କରାଯାଇଛି। ବନିତଙ୍କ ପତ୍ନୀ କିଛି କହିବା ଅବସ୍ଥାରେ ନଥିବାରୁ ପ୍ରକୃତ କାରଣ ଜଣା ପଡ଼ିନାହିଁ। ବନିତଙ୍କ ଚେତା ଆସିବ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଦୀପକଙ୍କ ଶରୀରର ଏକାଧିକ ସ୍ଥାନରେ ଭୁଜାଲି ମାଡ଼ ହୋଇଛି। ଉକ୍ତ ଘରଟି ରକ୍ତରେ ଭିଜି ଯାଇଛି। ପୁଲିସ ଉକ୍ତ ଘରକୁ ସିଲ୍ କରିଛି।
ସମ୍ବଲପୁର ସହରରେ ଜଘନ୍ୟ ହତ୍ୟାକାଣ୍ଡ: ଜଣେ ନିହତ, ଜଣେ ଗୁରୁତର
/sambad/media/post_attachments/wp-content/uploads/2021/07/dead-sisat-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)