ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ବାପାଙ୍କ ଛୁରାମାଡ଼ରେ ପୁତୁରାଙ୍କର ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସିନାପାଲି ଥାନା କୁସୁମଜୋର ଗାଁରେ ଜମିଜମା ବିବାଦକୁ ନେଇ ବଡ଼ବାପା ଓ ପୁତୁରାଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବଡ଼ବାପା ଏକ ଛୁରାରେ ପୁତୁରାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପୁତୁରା କିରଣ ରାଉତ (୨୫)ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଖବର ପାଇ ସିନାପାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି। ଏଣେ ବଡ଼ବାପା ଘେନୁ ରାଉତଙ୍କୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।
ନୂଆପଡ଼ା: ବଡ଼ବାପାଙ୍କ ଛୁରାମାଡ଼ରେ ପୁତୁରାଙ୍କର ମୃତ୍ୟୁ
/sambad/media/post_attachments/wp-content/uploads/2020/11/nuapada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)