ବିଧବା ମା’କୁ ପୁଅ, ବଡ଼ଭାଇକୁ ୨ ସାନ ହତ୍ୟାକଲେ

ଫୁଲବାଣୀ : ଜନ୍ମକଲା ମା’କୁ କାଠ ଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ। ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗିସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଗତ ବିଳମ୍ବିତ ରାତିରେ ଫୁଲବାଣୀ ସହରର ବିଡ଼ଙ୍ଗିସାହିର ଜଣେ ୬୦ ବର୍ଷୀୟା ବିଧବା କସ୍ତୁରୀ କହଁରଙ୍କୁ ତାଙ୍କ ପୁଅ ଜିତେନ୍ଦ୍ର କହଁର (୩୦) କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି। କୌଣସି କାରଣରୁ ମା’ ସହ ପୁଅର ଯୁକ୍ତିତର୍କ ହୋଇଥିଲା। ପୁଅ ଜିତେନ୍ଦ୍ର ପାଖରେ ପଡ଼ିଥିବା ଏକ କାଠ ଫାଳିଆ ଆଣି ମା’ ମୁଣ୍ଡରେ ନିର୍ଧୁମ ପ୍ରହାର ପକାଇଥିଲା। ଘଟଣାସ୍ଥଳରେ ହିଁ ମା’ କସ୍ତୁରୀଙ୍କ ମୃତ୍ୟୁ ହୋଇ ଯାଇଥିଲା।

ସେହିପରି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ବାଟିଘୁଟୁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବଡ଼ଭାଇକୁ ଗଛରେ ବାନ୍ଧି ପିଟିପିଟି ମାରି ଦେଇଛନ୍ତି ଦୁଇ ସାନଭାଇ। ମୃତକ ହେଲେ ଲାଣ୍ତୁ ମୁଣ୍ତା(୩୯)।

ଗ୍ରାମବାସୀଙ୍କ କହିବା ଅନୁଯାୟୀ; ଲାଣ୍ଡୁଙ୍କର ମାନସିକ ବିକୃତି ରହିଥିଲା। ଆଜି ଦିନବେଳେ ସେ ଜଣଙ୍କ ଘରକୁ ପଶିଯାଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଏ ନେଇ ଲାଣ୍ତୁଙ୍କ ସାନଭାଇ ଚାମ୍ପାଏ ମୁଣ୍ତା(୩୨)ଙ୍କୁ ଅଭିଯୋଗ କରିଥିଲେ। ଏହି ସାମାନ୍ୟ କଥାରେ ଉତ୍‌କ୍ଷିପ୍ତ ହୋଇ ଚମ୍ପାଏ ଓ ତାଙ୍କ କାକାପୁଅ ଭାଇ ସିଙ୍ଗିରାୟ ଦେଓଗ୍ରାମ(୨୭) ପହଞ୍ଚି ଲାଣ୍ତୁଙ୍କୁ ଘୋଷାରି ଘୋଷାରି ଆଣି ଏକ ଗଛଡାଳରେ ବାନ୍ଧି ଅତି ନିର୍ମମ ଭାବେ କାଠଫାଳିଆରେ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର