ସୁବଳୟା ଥାନା ଅଞ୍ଚଳରେ ଆଉ ଏକ ହତ୍ୟାକାଣ୍ଡ, ରୟତି ଜମିରେ ବାଡ଼ ଦେବା ଯୋଗୁଁ ଗଲା ଜୀବନ

ବୀରମହାରାଜପୁର : ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅନ୍ତର୍ଗତ ସେରେଗେଡା ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଏହି ଗାଁର ଜଣେ ବରିଷ୍ଠ ନାଗରିକ ରମେଶ ପର୍ଡିଆ ( ୭୫)ଙ୍କୁ ନିର୍ଦିଷ୍ଟ ଏକ ସମ୍ପ୍ରଦାୟ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ସୁବଳୟା ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ଦିନ ସକାଳ ଛଅଟାରେ ମୃତକ ରମେଶ ପର୍ଡିଆଙ୍କ ପୁଅ ମାନଭଞ୍ଜନ ତାଙ୍କ ନିଜ ରୟତି ଜମିରେ ବାଡ଼ ଦେଉଥିଲେ। ଏହାକୁ ବିରୋଧ କରିଥିଲେ ଗ୍ରାମର ଏକ ସମ୍ପ୍ରଦାୟ ଗୋଷ୍ଠୀ। ତୁ ଜଦି ବାଡଦେବୁ ତାହେଲେ ଆମେ ବାହାରକୁ ଯାଇ ପାରିବୁ ନାହିଁ । ପାଟିତୁଣ୍ଡ ଯୋର୍ ହେବାରୁ ଏହି ଗୋଷ୍ଠୀର ଲୋକମାନେ ମାନଭଞ୍ଜନକୁ ପଥର ମାଡ କରିଥିଲେ । ଏହା ଶୁଣିଲା ପରେ ମାନଭଞ୍ଜନର ବାପା ରମେଶ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଥିବା ବେଳେ ସଙ୍ଘବଦ୍ଧ ଭାବରେ ଲୁହା ରଡ ଓ ଠେଙ୍ଗାରେ ଆକ୍ରମଣ କରିଥିଲା । ରମେଶଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁବଳୟା ଡାକ୍ତରଖାନାକୁ ଅଣାଯାଇଥିଲା । ଏହାପରେ ତାଙ୍କୁ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁବଳୟା ଥାନାରେ ମୃତକଙ୍କ ପୁଅ ବୀରେନ୍ଦ୍ର ଲିଖିତ ଅଭିଯୋଗ ପରେ ଥାନା କେସ ନମ୍ବର ୬୯ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି ସବ୍ ଇନ୍ସପେକ୍ଟର ଦିପ୍ତି ରଞ୍ଜନ ଦିଗାଲ । ସୁବଳୟା ପୋଲିସ ବୁର୍ଲା ଯାଇ ସବ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଚାରି ମହିଳାଙ୍କ ସମେତ ସମୁଦାୟ ୧୭ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଜଣକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର