ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଭୁବନେଶ୍ବରର ଭରତପୁର ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।
କଟକଜିଲ୍ଲା ବାଙ୍କୀ ଥାନା ସିଂହନାଥପୁରର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଅଗଷ୍ଟ ୨୯ ତାରିଖ ଦିନ ଡିଅର ଲାଇଭ୍ ହିଲିଂ ନାମକ ନିଶା ନିବାରଣ କେନ୍ଦ୍ରରେ ସୂର୍ଯ୍ୟକାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା ।
ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜଣାଯାଇଥିଲା । କିନ୍ତୁ ପରିବାର ଲୋକେ ପହଞ୍ଚିବା ପରେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ ।
ମୃତ ଯୁବକଙ୍କ ବୟସ ୨୮ ବର୍ଷ । ତୁରନ୍ତ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ସଦସ୍ୟଙ୍କ ପକ୍ଷରୁ ଦାବି କରାଯାଇଛି । ତେବେ ଏନେଇ ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Bhubaneswar | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/03/murder-charges-filed-at-drug-rehabilitation-center-2025-09-03-12-31-32.jpg)