କେକ୍‌ ଖାଇବାକୁ ନେଇ ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ଜଣେ ମୃତ ଓ ଅନ୍ୟ ଜରେ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବିଚ୍ ରାସ୍ତାରେ ଆଜି ଯୁବକଙ୍କୁ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ । ତେବେ କେକ୍ ଖାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ପ୍ରେସ ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ତେବେ ଦୁର୍ବୃତ୍ତମାନେ ଦୁଇ ଜଣ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିବାବେଳେ, ତାଙ୍କୁ ଛୁରା ମାଡ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସହିଦନଗର ଥାନା ପୁଲିସ ପହଞ୍ଚିବା ସହିତ ଛାନଭିନ୍ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର