ଭଂଜନଗର: ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ମଳାଶପଦର ଛକ ନିକଟରେ ପ୍ରଶାନ୍ତ କୁମାର ସାହୁଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଘରର ଛାତ ଉପରେ ଏକାକୀ ବସିଥିବା ବେଳେ ୨ ଜଣ ଦୁର୍ବୃତ୍ତ ଘରର ବାଡ଼ି ପଟଦେଇ ଛାତ ଉପରକୁ ଚଢ଼ିଥିଲେ । ଜ୍ୟୋସ୍ନାରାଣୀ କିଛି ଭାବିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିଥିଲେ । ଜ୍ୟୋସ୍ନାରାଣୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଛାତ ଉପରକୁ ଚଢ଼ିବା ବେଳେ ଦୁର୍ବୃତ୍ତମାନେ ଡେଇଁ ପଳାଇଥିଲେ ।
/sambad/media/post_attachments/wp-content/uploads/2020/09/57669558-b317-452b-bcd8-910a1331b335-1024x512.jpg)
ସୂଚନା ପାଇ ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଖେଶର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସଆଇ ସମୀର ବେହେରା, ଦୀପାରାଣୀ ପରିଡ଼ା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଲେଖାଯିବା ବେଳକୁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ ।
ସୂଚନାଯୋଗ୍ୟ, ଜ୍ୟୋସ୍ନାରାଣୀଙ୍କର ୨ଟି ଝିଅ ଓ ଗୋଟିଏ ପୁଅ । ବଡ଼ଝିଅ ବିବାହିତ ହୋଇ ଘରେ ରୋଷେଇ କରୁଥିଲେ । ସାନ ଝିଅ ଓ ଏକମାତ୍ର ପୁଅ ପଢ଼ିବାକୁ ଯାଇଥିଲେ । ସ୍ୱାମୀ ଟ୍ରକ ଚଳାଇ ପରିବାର ପୋଷନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/8bdb60b8-c201-494a-8a2f-aa9d2734e7ed.jpg)