ହୀରାକୁଦ: ହୀରାକୁଦରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। କିନ୍ତୁ ବୟସ ୨୪/୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଛୁରି ଆକ୍ରମଣ ଚିହ୍ନ ରହିଛି। ସୋମବାର ସକାଳେ ସ୍ଥାନୀୟ ଲୋକମାନେ ଲରବଙ୍ଗା ନିକଟସ୍ଥ ହିଣ୍ଡାଲକୋର ଆସ୍ପଣ୍ଡ ପାଖରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏହି ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ହୀରାକୁଦ ପୁଲିସ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲା।
ରବିବାର ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ସହ ଡଗ୍ ସ୍କ୍ବାଡ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ସୋମବାର ରାତି ୯ଟା ସୁଦ୍ଧା ତାଙ୍କ ପରିଚୟ ମିଳିପାରି ନାହିଁ। କିସିଣ୍ଡା ଥାନା ଅଂଚଳର ଜଣେ ଯୁବକ ସମ୍ବଲପୁରରେ ରହୁଥିଲେ। କିଛିଦିନ ହେଲା ସେ ନିଖୋଜ ଅଛନ୍ତି। ମୃତ ବ୍ୟକ୍ତିଙ୍କ ଚେହେରା ଉକ୍ତ ନିଖୋଜ ଯୁବକ ଫଟୋ ସହିତ ପ୍ରାୟତଃ ମେଳ ଖାଉଛି। ହୀରାକୁଦ ପୁଲିସ ସନ୍ଦେହରେ ସଂପୃକ୍ତ ଯୁବକଙ୍କ ପିତାଙ୍କ ପାଖକୁ ସେହି ଫଟୋ ପଠାଇଥିଲା। ମାତ୍ର ସଂପୃକ୍ତ ଯୁବକଙ୍କ ପିତା ମୃତ ଯୁବକ ଜଣକ ତାଙ୍କ ପୁଅ ହୋଇନଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/resize-1635497740226499443murderknifecrimestabgeneric6501_202110712916.jpg)