କେନ୍ଦ୍ରାପଡ଼ା/ମାର୍ଶାଘାଇ: ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲଣା ଗାଁର ଅବିନାଶ ପାଇଟାଳ ଓରଫ୍ ମୂଷା ହାଜତ ମୃତ୍ୟୁ ଘଟଣାରେ ତତ୍କାଳୀନ ମହାକାଳପଡ଼ା ଥାନାଧିକାରୀ ଶ୍ୟାମଘନ ବେହେରାଙ୍କୁ ଜେଲ ଯିବାକୁ ପଡ଼ିଛି। ଦୀର୍ଘ ୧୫ ମାସ କାଳ ଫେରାର ରହିବା ପରେ ଆଜି ଅଚାନକ କେନ୍ଦ୍ରାପଡା ଜିଲ୍ଲାଜଜଙ୍କ କୋର୍ଟରେ ଆତ୍ମ ସମର୍ପଣ କରିବା ସହ ଜାମିନ ଆବେଦନ କରିଥିଲେ। କିନ୍ତୁ ଉଭୟ କେନ୍ଦ୍ରାପଡ଼ା ଏସ୍ଡିଜିଏମ୍ ଓ ଜିଲ୍ଲା ଜଜ୍ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେଇଯିବା ପରେ ଅଭିଯୁକ୍ତ ଥାନାଧିକାରୀ ଶ୍ରୀ ବେହେରାଙ୍କୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ମୋବାଇଲ ଚୋରି ଅଭିଯୋଗରେ ୨୦୧୮ ଅଗଷ୍ଟ ୨୫ ତାରିଖରେ ମହାକାଳପଡ଼ା ପୁଲିସ ମୂଷାଙ୍କୁ ଗିରଫ କରିଥିଲା। କିନ୍ତୁ ୨୬ତାରିଖ ସକାଳୁ ଥାନାଠୁ ଶହେ ମିଟର୍ ଦୂର ଏକ କୋଠା ଘରର ଅର୍ଧନିର୍ମିତ ଶିଡ଼ି ଘରୁ ମୂଷାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ଥାନାଧିକାରୀ ଶ୍ରୀ ବେହେରା ପିଟିପିଟି ମାରି ଦେଇଥିବା ନେଇ ମୃତ ମୂଷାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ମହାକାଳପଡ଼ା ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ପରେ ଶ୍ରୀ ବେହେରା ଫେରାର୍ ହୋଇଯାଇଥିଲେ।
ହାଜତ ମୃତ୍ୟୁ ମାମଲା: ଜେଲ୍ ଗଲେ ତତ୍କାଳୀନ ମହାକାଳପଡ଼ା ଆଇଆଇସି
/sambad/media/post_attachments/wp-content/uploads/2019/10/jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)