ନୀଳଗିରି : ୫ ହଜାର ଟଙ୍କା ପାଇଁ ଶିଳପିଟାରେ ପିଟି ଜଣେ ଯୁବକକୁ ହତ୍ୟା କଲା ଅନ୍ୟଜଣେ ଯୁବକ

ନୀଳଗିରି : ୫ ହଜାର ଟଙ୍କାକୁ କେନ୍ଦ୍ରକରି ବାଲେଶ୍ବରର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ଶିଳପିଟାରେ ପିଟି ଜଣେ ଯୁବକ ଅନ୍ୟଜଣେ ଯୁବକକୁ ହତ୍ୟା କରିଛି।

ମୃତ ଯୁବକ ହେଲେ ନୀଳଗିରି ଥାନା ଅଧୀନ ବାଘମରା ଗ୍ରାମର ବୁଦ୍ଧିରାମ ସିଂଙ୍କ ବଡ଼ପୁଅ ବାବୁରାମ(୩୫)। ଘଟଣା ସୂତ୍ରରୁ ପ୍ରକାଶ ଯେ, ୨୦୧୪ ମସିହାରେ ବାବୁରାମଙ୍କ ସ୍ତ୍ରୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତାଙ୍କ ମା’ ନୀଳଗିରି ଜେଲରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ସେହି ଗ୍ରାମର ବୁଦୁ ସିଂଙ୍କ ପୁଅ ଚୁନୁ(୩୦) ଜେଲ୍‌କୁ ଯାଇ ବାବୁରାମଙ୍କ ମା’ କଟି ସିଂଙ୍କୁ ସାକ୍ଷାତ କରିଥିଲେ। ଜେଲରେ ରୋଜଗାର କରିଥିବା ୫ ହଜାର ଟଙ୍କା କଟି ପୁଅ ବାବୁରାମଙ୍କୁ ଦେବା ପାଇଁ ଚୁନୁ ହାତରେ ପଠାଇଥିଲେ। ଏହା ଜାଣିବା ପରେ ବାବୁରାମ ମା’ ପଠାଇଥିବା ଟଙ୍କା ମାଗିଥିଲେ। ଏହାକୁ କେନ୍ଦ୍ରକରି ୨ ଜଣଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚୁନୁ ଏକ ଶିଳପିଟାରେ ବାବୁରାମର ମୁଣ୍ତରେ ପିଟି ରକ୍ତାକ୍ତ କରିଥିଲା। ଘଟଣାସ୍ଥଳରେ ବାବୁରାମ ଚେତାଶୂନ୍ୟ ହେବାପରେ ତାକୁ ଗ୍ରାମର ଭାଗବତ ଟୁଙ୍ଗୀ ଘରେ ଫୋପାଡ଼ି ଦେଇ ଚୁନୁ ପଳାଇ ଯାଇଥିଲା। ଏହାପରେ ବାବୁରାମଙ୍କ ମୃତ୍ୟୁ ହୋଇଯାଇଛି। ନୀଳଗିରି ପୁଲିସ୍‌ ୨୧୩/୧୯ ନମ୍ବରର ଏକ ମାମଲା ରୁଜୁ କରିବ‌ା ସହିତ ଅଭିଯୁକକ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର