କଳମ୍ବ : ପୋଲସରା ଥାନା କଳମ୍ବ ହାଇସ୍କୁଲ ଛକରେ ଶନିବାର ବିଳମ୍ବିତ ରାତିରେ କାଉ ଓରଫ ବିକାଶ ସାହୁଙ୍କୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାତି ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏହା ଘଟିଛି l ମୁଖ୍ୟ ସଡ଼କ ଉପରେ ପଡିଛି କାଉର ଶବ। ଘଟଣାସ୍ଥଳରେ ପୋଲସରା ଓ କବିସୂର୍ଯ୍ୟନଗର ପୋଲିସ ପହଞ୍ଚିଛନ୍ତି। ବିକାଶ ସାହୁ (କାଉ)ର ତଣ୍ଟିକୁ କାଟି ଦିଆ ଯାଇଛି। ଗ୍ରାମର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ବାଇକରେ ଆସୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିବା ସହ ତଣ୍ଟିକୁ କାଟି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। କଳମ୍ବ ଶାନ୍ତିନଗର ବାସିନ୍ଦା ବିକାଶ କିଛିଦିନ ହେଲା ଗ୍ରାମରେ ଆତଙ୍କ ଖେଳାଇ ଆସୁଥିଲା। ତେବେ ହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।
ପୋଲସରାରେ ବିଚ୍ ରାସ୍ତାରେ ହାଣି ହତ୍ୟା
/sambad/media/post_attachments/wp-content/uploads/2022/01/murder-knif.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)