ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଙ୍ଗୁଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣାରୁ ଘଟିଯାଇଛି ଲୋମହର୍ଷଣକାରୀ ଘଟଣା। ମାଟି ବୋଝେଇ ଟିପ୍ପର ଧକ୍କା ଦେବାରୁ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଲା। ପରେ ପୁଲିସ ସମ୍ମୁଖରେ ଉତ୍ତ୍ୟକ୍ତ ଲୋକମାନେ ରକ୍ତ ମୁଖା ହୋଇ ଉଠିଲେ। ଟିପ୍ପର୍ ଚାଳକଙ୍କୁ ପିଟି ପିଟି ମାରି ଦେଲେ। ଦୁର୍ଘଟଣାରେ ମୃତ ଯୁବକ ଜଣକ ହେଲେ ଆଡ଼ପଡ଼ା ଗ୍ରାମ କାହ୍ନୁ ଜେନା(୨୩)। ମୃତ ଟିପ୍ର ଚାଳକ ଜଣକ ହେଲେ ତାରସିଂ ଥାନା କେପିଟି ଗ୍ରାମର ବସନ୍ତ ନାଗ(୩୦)। ଏହାକୁ ନେଇ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଜନତା-ପୁଲିସ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।
/sambad/media/post_attachments/wp-content/uploads/2021/03/ganjam2.jpg)
ପାଟପୁର ଥାନା ଠାରୁ ୮କିମି ଦୂର ଜଗନ୍ନାଥପୁରରୁ ବୁରୁପଡ଼ା ଯିବା ରାସ୍ତାର ଡେଙ୍ଗାଡ଼ି ନିକଟ ରଙ୍ଗୁଣୀ ଛକରେ ଘଟିଛି ଏହି ଦୁର୍ଘଟଣା। ଅପରାହ୍ଣ ପ୍ରାୟ ୪ ଟାରେ ହୋଣ୍ଡା ଆଇକନ୍ ଓଡ଼ି-୦୭- ଏଜି-୮୮୪୦ ବାଇକ୍ ଯୋଗେ ଆଡପଡ଼ା ଗ୍ରାମର କାହ୍ନୁ ଜେନା ଆସିକାରୁ ନିଜ ଗାଁକୁ ଫେରୁଥିଲେ। ବାଇକ୍ ପଛରେ ସେହି ଗ୍ରାମର ମିଥୁନ୍ ବେହେରା(୨୯) ବସିଥିଲେ। ରଙ୍ଗଣୀ ଛକ ନିକଟରେ ପଛ ପାର୍ଶ୍ବରୁ ଆସୁଥିବା ଏକ ମାଟି ବୋଝେଇ ଟିପ୍ପର୍(ଓଆାର-୦୭-ଏଚ୍-୫୨୪୭) ଧକ୍କା ଦେଇଥିଲା। ଘଟଣା ସ୍ଥଳରେ କାହ୍ନୁଙ୍କ ମୃତ୍ୟୁ ଘଟିଥିବା ବେଳେ ମିଥୁନ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ମୃତ କାହ୍ନୁଙ୍କ ଗ୍ରାମରୁ ଶହ ଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଦେଖି ଟିପ୍ପର୍ ଚାଳକ ଘଟଣାସ୍ଥଳରୁ ଖସିଯିବାକୁ ବିଲ ଭିତରେ ଦୌଡ଼ିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ଗୋଡ଼େଇ ଗୋଡ଼େଇ ପିଟୁଥିବା ବେଳେ ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମଧ୍ୟ ଅସହାୟ ହୋଇଯାଇଥିଲା। ଟିପ୍ପର୍ ଚାଳକଙ୍କୁ ଲୋକଙ୍କ କବଳରୁ ମୁମୂର୍ଷୁ ଅବସ୍ଥାରେ ପୁଲିସ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/post_attachments/wp-content/uploads/2021/03/ganjam4aaa.jpg)
ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଜଗନ୍ନାଥପୁର-କଙ୍କୋରଡ଼ା ରାସ୍ତା ଉପରେ ଶବ ରଖି ଅବରୋଧ କରି ରଖିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିନାହିଁ, ପୁଲିସ-ଜନତା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଘଟଣା ସ୍ଥଳରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି l ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପୁଲିସ ଫୋର୍ସ ମଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/ganjam-1.jpg)