ସୁନ୍ଦରଗଡ଼/ହେମଗିର: ଘରେ ଶୋଇଥିବାବେଳେ ମା’ ଓ ଝିଅଙ୍କୁ ଦୁର୍ବୃତ୍ତ ତଣ୍ଟିଚିପି ହତ୍ୟା କରିଛି। ତେବେ ମା’ ପାଖରେ ଶୋଇଥିବା ୯ ମାସର ଶିଶୁପୁତ୍ରର କୌଣସି କ୍ଷତି ନକରି ଆତତାୟୀ ପଳାଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ୍ ସନ୍ଦେହ କରୁଛି। ହେମଗିର ଥାନା ଟିକିଲିପଡ଼ା ମଶିଣାଡିହିରେ ବଡ଼ ଦିନ (ଡିସେମ୍ବର ୨୫) ମଧ୍ୟରାତ୍ରିରେ ସଂଘଟିତ ଏହି ଲୋକହର୍ଷଣକାରୀ ଅଘଟଣ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ମା’ ନନ୍ଦିଆ ମିଞ୍ଜ (୨୬) ଓ ଝିଅ ଶ୍ରୁତି (୬)ର ଶବକୁ ପୁଲିସ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି। ହତ୍ୟାକାଣ୍ଡରେ ଜଡ଼ିତ ଥିବା ସନ୍ଦେହରେ ମୃତ ମହିଳାଙ୍କ ସ୍ୱାମୀ ପାତ୍ରିସ୍ ମିଞ୍ଜଙ୍କ ଜଣେ ବନ୍ଧୁକୁ ପୁଲିସ ଅଟକ ରଖି ଜେରା କରୁଛି। ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।
ମହାନଦୀ କୋଲ୍ ଫିଲ୍ଡସ୍ (ଏମ୍ସିଏଲ୍)ର ଜଣେ ପରିବହନ ଠିକାଦାରଙ୍କ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟରତ ମଶିଣାଡିହି ନିବାସୀ ପାତ୍ରିସ ମିଞ୍ଜ ପତ୍ନୀ ନନ୍ଦିଆ, ଝିଅ ଶ୍ରୁତି ଓ ପୁଅ ସୂରଜ (୯ ମାସ) ସହ ରହନ୍ତି। ଅଧିକାଂଶ ସମୟରେ ସେ ଡ୍ୟୁଟିରେ ବାହାରକୁ ଯାଉଥିବାବେଳେ ଦୁଇ ପିଲାଙ୍କୁ ଧରି ପତ୍ନ ନନ୍ଦିଆ ଏକୁଟିଆ ରହୁଥିଲେ। ଗତକାଲି ସକାଳେ ପତ୍ରିସ ଡ୍ୟୁଟିରେ ବାହାରି ଯାଇଥିଲେ। ନନ୍ଦିଆ ପୁଅ-ଝିଅଙ୍କ ସହ ଘରେ ଏକୁଟିଆ ଥିଲେ। ସଂଧ୍ୟାରେ ପଡ଼ିଶା ଘରେ ପାଳନ କରାଉଥିବା ବଡ଼ଦିନ ଉତ୍ସବକୁ ସେ ଦୁଇ ପିଲାଙ୍କୁ ଧରି ଯାଇଥିଲେ। ରାତି ପାଖାପାଖି ସାଢ଼େ ୮ଟାରେ ସେ ଦୁଇ ପିଲାଙ୍କୁ ଧରି ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ହିଁ ଦୁର୍ବୃତ୍ତ ଘରେ ପଶି ଲୁଗାରେ ତଣ୍ଟିଚିପି ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ମା’ ନନ୍ଦିଆଙ୍କ ପାଖରେ ଶୋଇଥିବା ୯ମାସର ଶିଶୁ ପୁତ୍ର ସୂରଜର କୌଣସି କ୍ଷତି ନକରି ହତ୍ୟାକାରୀ ପଳାଇଯିବା ପଛରେ ନିଜ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।
ମା’, ଝିଅକୁ ତଣ୍ଟି ଚିପି ହତ୍ୟା
/sambad/media/post_attachments/wp-content/uploads/2017/12/Murder_Graphic-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)