ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ଥାନା ପାଖରେ ଯୁବକଙ୍କୁ ହତ୍ୟା, ହତ୍ୟାକାରୀ ଫେରାର

ମେରାମଣ୍ଡଳୀ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମୋଟଙ୍ଗା ଥାନାର ଅତି ନିକଟରେ ଥିବା ମୋଟଙ୍ଗା ଗ୍ରାମରେ ଗତରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଯାଇଛି। ସୂଚନା ଅନୁଯାୟୀ ମୋଟଙ୍ଗା ଗ୍ରାମର ବିକାଶ ନାୟକ(୪୦) ଦୁଇ ଦୋଳ ଯାତ୍ରା ନିମନ୍ତେ ମନ୍ଦିର ବେଢା ସାଜସଜ୍ଜା କରୁଥିବା ସମୟରେ ଜଣେ ଦୁର୍ବୃତ୍ତ ଆସି ଫାର୍ସାରେ ଆକ୍ରମଣ କରିଛି। ଘଟଣାସ୍ଥଳରେ ବିକାଶଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡନ ସୃଷ୍ଟି ହୋଇଥିଲା। ଖବର ପାଇ ମୋଟଙ୍ଗା ଥାନା ଆଇଆଇସି ନିରଞ୍ଜନ ସେଠି ଏବଂ କଣ୍ଟାବଣିଆ ଥାନା ଆଇଆଇସି ସାବିତ୍ରି ପାତ୍ର ସଦଳବଳେ ଏହି ନେଇ ଘଟଣା ସ୍ଥଳରେ ପହଂଚିଥିଲେ। କିନ୍ତୁ ସେତେବେଳକୁ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଏପଟେ ଗତକାଲି ହୋଲି ଥିବା ବେଳେ ଗାଁ ଚଳଚଞ୍ଚଳ ଥିବା ସତ୍ତ୍ୱେ ଏଭଳି ହତ୍ୟାକାଣ୍ଡ ଘଟାଇ କେମେତି ହତ୍ୟାକାରୀ ଜଣଙ୍କ ଫେରାର ହୋଇଗଲା ଓ ଏହି ଘଟଣା ଅନ୍ୟ କେହି ଦେଖିପାରିଲେ ନାହିଁ ନାଁ ହତ୍ୟା ପଛରେ ଆଉ କଣ ରହସ୍ୟ ଅଛି ତାକୁ ନେଇ ବଡ ପ୍ରଶ୍ନ ? ନିକଟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ନିର୍ବାଚନ ପ୍ରଚାର ସମୟରୁ ଫଳାଫଳଶେଷ ପଯ୍ୟନ୍ତ ନିର୍ବାଚନ ହାରଜିତି ରାଗରେ ପ୍ରଜ୍ୱଳିତ ହୋଇ ହତ୍ୟାକାରୀ ହତ୍ୟାକାଣ୍ଡ ଘଟଆଇଛି ବୋଲି କୁହାଯାଉଛି। ସେପଟେ ମୋଟଙ୍ଗା ଥାନା ଅଂଚଳ ଏହିଭଳି ଛୋଟ ମୋଟ ଘଟଣା ସବୁବେଳେ ଘଟୁଛି।। ଗତ ଦୁଇ ମାସ ପୂର୍ବରୁ କୁରୁଣ୍ଟି ଗ୍ରାମରେ ହାତ ହାଣି ସୁନା ଟଙ୍କା ଲୁଟ ପୁଣି ଦିନ କେଇଟା ନପୂରୁଣୁ ନିକଟରେ ବଜ୍ରବିହାରପୁର ମନ୍ଦିର ଚୋରି, ପୁଣି ଏବେ ଗାଁ ମଝି ଜନଗହଳି ପୂର୍ଣ୍ଣ ସ୍ଥାନରେ ହତ୍ୟା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

‌ମୋଟଙ୍ଗା ଆଇଆସି ଶ୍ରୀୀ ସେଠୀ କହିଛନ୍ତି,‌ ଯେ ବିକାଶ ହତ୍ୟାକାଣ୍ଡ ଘଟଣାରେ ସଂଦେହ ହେବାରୁ ୪ ଜଣ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ଏହି ଘଟଣା ସହିତ ଆହୁରି ଅନ୍ୟ ୪/୫ ଜଣ ସଂପୃକ୍ତ ଅଛନ୍ତି ବୋଲି ସନ୍ଦେହ କରାଯାଉଛି।

ସବୁଠୁ ପ୍ରସଙ୍ଗ ହେଲେ ମୋଟଙ୍ଗା ଥାନା ଆତି ନିକଟରେ ଯଦି ଏଭଳି ହତ୍ୟା କାଣ୍ଡ ହୁଏ ତେବେ ଅନ୍ୟ ଅଂଚଳ ଲୋକଙ୍କ ଅବସ୍ଥା କଣ ହେବ ? ଥାନାର ନାକ ତଳେ ଯଦି ଏଭଳି ଆଇନ ଶୃଙ୍ଖଳା ଦେଖାଯାଉଛି। ତେବେ ପୁଲିସ ହତ୍ୟାକାରୀମାନେ ବଡ ଚାଲେଞ୍ଜ କରୁଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ମୋଟଙ୍ଗା ଥାନା ଏମିତି ମୋଟଙ୍ଗା ଗାଁ ମଧ୍ୟ ଚାଲିଛି ବେଧଡକ ବିଦେଶୀ ମଦ କରବାର କିନ୍ତୁ ପୁଲିସ ଏହାର କୌଣସି ଠୋସ ପାଉନାହିଁ କି ସାଜିଛି ନିରବଦ୍ରଷ୍ଟା ? ହତ୍ୟାକାରୀ ଗତକାଲି ହୋଲି ପର୍ବ ଥିବା ବେଳେ ପ୍ରଚୁର ନିଶାସକ୍ତ ଅବସ୍ଥାରେ ଏଭଳି ହତ୍ୟାକାଣ୍ଡ ଘଟାଇଛି ବୋଲି କୁହାଯାଉଛି। ଏପଟେ ହତ୍ୟାର ୧୮ ଘଣ୍ଟା ପରେ ବି ପୁଲିସ ହତ୍ୟାକାରୀର କୌଣସି ପତ୍ତା ପାଇନାହିଁ। ଅନ୍ୟପକ୍ଷରେ ପୁଲିସର କହିବା ଅନୁଯାୟୀ ଏହି ହତ୍ୟାକାଣ୍ଡ ପରେ ଗ୍ରାମରେ ସେଭଳି କୌଣସି ବଡ଼ ଗଣ୍ଡଗୋଳ କିମ୍ବା ହିଂସା ଉପୁଜିନଥିବାରୁ ଗ୍ରାମରେ ୧୪୪ଧାରା ଲଗାଯାଇନାହିଁ। ପୁଲିସ ଏହାର ତଦନ୍ତ ଆରମ୍ଭ କରୁଛି।

ସମ୍ବନ୍ଧିତ ଖବର