ବିଜେପି ନେତାଙ୍କୁ ଘରେ ପଶି ରଡ଼୍ ଓ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ

ଭଞ୍ଜନଗର: ଭଞ୍ଜନଗର ଓ ସୋରଡାରେ ଦୁଇ ବିଜେପି କର୍ମୀଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଭଞ୍ଜନଗରର ଅଗଝୋଳ ଗ୍ରାମର ଜଣେ ଯୁବକ ଗତକାଲି ବୋମାମାଡ଼ରେ ପ୍ରାଣ ହରାଇଛନ୍ତି । ରାଜନୈତିକ ହିଂସାରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ କେଉଁ ଦଳ ପକ୍ଷରୁ ଆକ୍ରମଣ ହୋଇଛି, ତାହାର ସଠିକ୍ ତଥ୍ୟ ଏଯାଏଁ ମିଳି ନାହିଁ । ଭଞ୍ଜନଗର ପୋଲିସ ଶବକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି ।

ସେପଟେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ରାଜନୈତିକ ହିଂସା ଘଟିଛି । ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ବିଜେପି ନେତାଙ୍କୁ ଘରେ ପଶି ରଡ଼୍ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ପୋଷ୍ଟର ଚିରାକୁ ନେଇ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ସମ୍ବନ୍ଧିତ ଖବର